ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି ବିଧାୟକ ଦଳ

ସ୍ମୀତାରାଣି ହତ୍ୟା ଓ ଦୁର୍ଷ୍କମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ସରକାରୀ ଷଡଯନ୍ତ୍ର
ବିରୋଧରେ ବିଜେପି ବିଧାୟକ ମାନେ ବିଧାନସଭାରେ ଆଲୋଚନା କରିବା ପାଇଁ ଚାହୁଁଥିଲେ । ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ ବିଜେଡିର ନେତା ମାନେ ଆରମ୍ଭ କରିଥିଲେ, ତାକୁ ଜିଲ୍ଲା ଏସପି, ମହିଳା କମିଶନ ଅଧ୍ୟକ୍ଷା ପରବର୍ତୀ ସମୟରେ ଆହୁରି ଆଗକୁ ନେଲେ ପରେ ରାଜ୍ୟ
ସରକାରଙ୍କର ମନ୍ତ୍ରୀ ବି ସେଥିରେ ସାମିଲ ହେଲେ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ ଏହି ଦାବିରେ ବିଜେପି ବିଧାୟକ ମାନେ ଗତ ୩ ଦିନ ହେଲାଣି ନିରବ ପ୍ରତିବାଦ କରି ଆସୁଥିଲେ । ହେଲେ ବଡ ଆଶ୍ଚର୍ଯ୍ୟର କଥା ବିରୋଧି
ଦଳର ବିନା ଅନୁପସ୍ଥିତିରେ ବାଚସ୍ପତି ଗୃହ ଚଲାଇ ଆସୁଛନ୍ତି । ବାଚସ୍ପତି ଶାସକ ଦଳର ସମର୍ଥନରେ ପକ୍ଷପାତିତା କରୁଥିବାରୁ ଏବଂ ମୁଖ୍ୟ ବିରୋଧି ଦଳକୁ ଗୃହରେ କହିବା ପାଇଁ ସୁଯୋଗ ଦେଉନଥିବାରୁ ଆଜି ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପିର ବିଧାୟକ ଦଳ ରାଜ୍ୟପାଲଙ୍କୁ ଭେଟି ହସ୍ତକ୍ଷେପ ଲୋଡିଛନ୍ତି ।
ଶ୍ରୀ ନାଏକ କହିଛନ୍ତି ଯେ, ମୃତ ସ୍ମୀତାରାଣିଙ୍କର ବାପା କହିଛନ୍ତି ଯେ ସେ ଥାନାରେ ଏଫଆଇର ଦେବା ବେଳେ ଜଣେ ପୋଲିସ ଅଧିକାରି ତାଙ୍କୁ ଝିଅ ଆତ୍ମହତ୍ୟା କରିଛି ବୋଲି ଲେଖିବା ପାଇଁ ବାଧ୍ୟ କରିଥିଲେ । ସେହିପରି ପୋଷ୍ଟମର୍ଟମ ରିପୋର୍ଟରେ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କେବେ ବି ଲେଖାଯାଇ ନଥାଏ । ହେଲେ ନିଜେ ମନ୍ତ୍ରୀ ବିଧାନସଭାରେ ଏହାକୁ ଆତ୍ମହତ୍ୟା ବୋଲି କହିଲେ, ସେ ତାହା କେଉଁ ସୁତ୍ରରୁ ଜାଣିଲେ ।
ଆମେ ଏହି ଘଟଣା ଉପରେ ଆଲୋଚନା ପାଇଁ ବିଧାନସଭାରେ ମୋସନ ଆଣିବା ପାଇଁ ଚାହିଁଥିଲୁ । ହେଲେ ବାଚସ୍ପତି ଆମର ଦାବିକୁ ଗ୍ରହଣ କଲେ ନାହିଁ । ସଂଖ୍ୟା ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳ ବିଜେପିର ମୋସନ ଉପରେ ଆଲୋଚନା ପାଇଁ ଗୃହକୁ ସୁଯୋଗ ଦେବା ସଂସଦିୟ ପରମ୍ପରା ।
ସ୍ୱାଭାବିକ ଭାବେ ବିଜେପିକୁ ବାଚସ୍ପତି ଗୃହରେ ପ୍ରସଙ୍ଗ ରଖିବା ପାଇଁ ଦେବା କଥା । ଯାହା ବାଚସ୍ପତି କଲେ ନାହିଁ । ବିଜେପି ବିଧାୟକମାନେ ଏହା ବିରୋଧରେ ଗତ ୩ ଦିନ ଧରି ଗାନ୍ଧୀ ମୃତି ପାଖେ ନିରବ ପ୍ରତିବାଦ କରିଆସୁଥିଲେ । ହେଲେ ବାଚସ୍ପତି ଏବେ ସୁଦ୍ଧା ମୋସନ ଆଣି ଆଲୋଚନା
କରିବା ପାଇଁ ଚାହିଁଲେ ନାହିଁ । ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ରାଜ୍ୟପାଳ ମହୋଦୟ ବାଚସ୍ପତିଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛୁ ।
ବାଚସ୍ପତି ଚାହୁଁ ନାହାନ୍ତି ସ୍ଥୀତାରାଣିଙ୍କର ହତ୍ୟା ବିଷୟ ଗୃହରେ ରେକର୍ଡ ହେଉ । ସରକାରଙ୍କୁ ବଂଚାଇବା ପାଇଁ ସେ ବିରୋଧି ଦଳର ନେତାଙ୍କୁ ଗୃହରେ କହିବା ପାଇଁ ଦେଉନାହାନ୍ତି । ଯେଉଁ ଦିନ ବିଧାନସଭା ଆରମ୍ଭ ହେଲା ସେଦିନ ବାଚସ୍ପତି ବିରୋଧୀ ଦଳର ନେତାଙ୍କୁ ଠିଆ ହୋଇ କହୁଥିବାବେଳେ ବି ଦେଖିପାରିଲେ ନାହିଁ ଯାହାପାଇଁ ପରେ ସେ କ୍ଷମା ମାଗିଲେ । ସେହିପରି ଆଜିବି ବିରୋଧି ଦଳର ନେତା କହୁଥିବାବେଳେ ବାଚସ୍ପତି ଗୃହକୁ ମୁଲତବି କଲେ । ବାଚସ୍ପତିଙ୍କର ଏହି ଅନ୍ୟାୟ ଚଳିବ ନାହିଁ । ବିଜେପିର ବିଧାୟକମାନେ ସ୍ମୀତାରାଣି ପ୍ରସଙ୍ଗ,
ଧାନକିଣା ଅନିୟମିତତା ଆଦି ପ୍ରସଙ୍ଗରେ ଗୃହରେ ସରକାରଙ୍କୁ କାଠଗଡାରେ ଠିଆ କରାଇବେ ବୋଲି ଶ୍ରୀ ନାଏକ କହିଛନ୍ତି ।
ରାଜ୍ୟପାଳଙ୍କୁ ଭେଟିବା ବେଳେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ସମସ୍ତ ବିଜେପି ବିଧାୟକ ଏବଂ ବିଧାୟିକା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love