କୁଏତ୍ ଅଗ୍ନିକାଣ୍ଡରେ ମୃତ ଓଡ଼ିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୧୫/୦୬: କୁଏତ୍ ଭୟାବହ ଅଗ୍ନିକାଣ୍ଡରେ ୨ ଓଡ଼ିଆ ମହମ୍ମଦ ଜହୁୂର ଓ ସନ୍ତୋଷ ଗୌଢ଼ଙ୍କ ମୃତ୍ୟୁ ଘଟିଛି । ଜହୁରଙ୍କ ଘର କଟକ ଜିଲା ତିଗିରଆ ଥାନା ଅନ୍ତର୍ଗତ କରଡାପଲ୍ଳୀ ଗ୍ରାମରେ ହୋଇଥିବାବେଳେ ସନ୍ତୋଷଙ୍କ ଘର ଗଞ୍ଜାମ ଜିଳା ପୁରୁଷୋତମ ବ୍ଲକର ରଣଝାଲି ଗାଁରେ। ଜହୁର ୨୦୧୭ରୁ କୁଏତ୍‌ରେ ଲାବୋରୋଟାରୀ ଟେକନିସିଆନ ଭାବେ କାମ କରୁଥିଲେ । ସନ୍ତୋଷ ୨ବର୍ଷ ପୂର୍ବେ କୁଏତ୍ ଯାଇଥିଲେ । ଗତ ବୁଧବାର ଭୋର ସମୟରେ କୁଏତ୍‌ରେ ସେମାନେ ରହୁଥିବା ୬ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ସେଠାରେ ରହୁଥିବା ବହୁ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଜହୁର ଓ ସନ୍ତୋଷ ମଧ୍ୟ ରହିଛନ୍ତି। ଉଭୟଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇଛନ୍ତି ।

Spread the love