ବିନାଶ କାଳେ ବିପରୀତ ବୁଦ୍ଧି: ଅପରାଜିତା

 

ଅପରାଜିତା କହିଛନ୍ତି, ଏହା ସରକାରଙ୍କ ଅସୁରକ୍ଷାର ଭାବନା ଓ ନିଜ ଦୁର୍ବଳତା ଲୁଚାଇବାକୁ ଚେଷ୍ଟା। ଶାସନରେ ଥିବା ଅସୁବିଧାକୁ ଏକ ଟିଭି ଚ୍ୟାନେଲ ପ୍ରକାଶ କରୁଛି। ଯଦି ଅପ୍ରିୟ ସତ୍ୟ ପଦାକୁ ଆସୁଛି, ତଦନ୍ତ କରି ପଦକ୍ଷେପ ନେବାକଥା। ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବା ଜଳଜଳ ଦିଶୁଛି। ଏସବୁ ଭୁଲ୍। ଗୋଟିଏ ପରେ ଗୋଟିଏ ଭୁଲ୍ ନକରନ୍ତୁ ରାଜ୍ୟ ସରକାର। ଏହା ବିନାଶ କାଳେ ବିପରୀତ ବୁଦ୍ଧି, ଏମିତି କରନ୍ତୁନି।
ସେ ଆହୁରି କହିଛନ୍ତି, ସରକାର ଆତ୍ମସମୀକ୍ଷା କରନ୍ତୁ। ଏହା ଠିକ୍ କି ଭୁଲ୍ ନିଜକୁ ପଚାରନ୍ତୁ। ଶାସନରେ ଭୁଲ୍ ଅଛି। ଓଡ଼ିଶାରେ ଏମିତି ଏକଛତ୍ରବାଦ ନକରାଯାଉ। ରିପୋର୍ଟ କହୁଛି ଶାସନ କ୍ଷେତ୍ରରେ ଓଡ଼ିଶା ତଳଆଡୁ ତୃତୀୟରେ ରହିଛି। ସେହିପରି କଂଗ୍ରେସ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, ଏକ ଲୋକପ୍ରିୟ ମିଡିଆ ହାଉସ ଉପରେ ଲଗାତାର ଆକ୍ରମଣ ଚାଲିଛି। ଗଣତନ୍ତ୍ରରେ ଏପରି ଘଟିବା ଦୁଃଖଦ ଘଟଣା। ଓଟିଭି ଉପରେ ଆକ୍ରମଣକୁ କଂଗ୍ରେସ ନିନ୍ଦା କରୁଛି। ଓଡ଼ିଶାର ଟିଭି ହେଉଛି ଓଟିଭି। ଜନସାଧାରଣ ତାଙ୍କ ସହ ଅଛନ୍ତି।

 

Spread the love