ବାଲେଶ୍ୱର ଓ ତିର୍ତୋଲ ବାହାରୁ ଯାଇ ପ୍ରଚାର କରୁଥିବା ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ ତୁରନ୍ତ ବାହାର କରାଯାଉ : ବିଜେପି

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୧/୧୧: ଉପନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ବାଲେଶ୍ୱର ଓ ତିର୍ତୋଲ ନିର୍ବାଚନମଣ୍ଡଳୀ ବାହାରୁ ଆସିଥିବା ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ମାନେ ଭୋଟରଙ୍କୁ ପ୍ରଭାବିତ କରୁଛନ୍ତି। ଉଭୟ ନିର୍ବାଚନମଣ୍ଡଳୀରେ ଶାସକ ଦଳର ତୁଙ୍ଗ ନେତାମାନେ ସରକାରୀ କଳକୁ ଅପବ୍ୟବହାର କରିବା ସହ ପୋଲିସ ଓ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ବେନିୟମ ଭାବେ ଭୋଟରଙ୍କୁ ଟଙ୍କା ବାଂଟିବାର ଯୋଜନା କରିଛନ୍ତି। ଯାହାକି ନିର୍ବାଚନ କମିଶନଙ୍କ ଗାଇଡଲାଇନ ଏବଂ ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ ଅନୁଯାୟୀ ସଂପୂର୍ଣ୍ଣରୂପେ ବେନିୟମ ଏବଂ ବେଆଇନ ।
ଅନ୍ୟପଟେ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବେଆଇନ ଭାବେ ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି । ସେ ତିର୍ତୋଲ ବାସିନ୍ଦା ହୋଇଥିବାରୁ ଉପନିର୍ବାଚନ ପୂର୍ବରୁ ସେ ଶାସକ ଦଳସପକ୍ଷରେ କାର୍ଯ୍ୟ କରୁଥିଲେ । ଏନେଇ ଅଭିଯୋଗ ଆସିବାରୁ ତାଙ୍କୁ ଜିଲ୍ଲାପାଳ ପଦବୀରୁ ହଟାଇ ଦିଆଯାଇଥିଲା। କିନ୍ତୁ ଏବେ ସେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଅନୁମତି ନେଇ ପୁଣିଥରେ ତିର୍ତୋଲରେ ରହି ଶାସକ ଦଳ ସପକ୍ଷରେ ଜନମତକୁ ପ୍ରଭାବିତ କରିବା ସହ ବିଜେଡିଦଳର ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରୁଛନ୍ତି। ଅନ୍ୟ ବିଭାଗରେ ନିଯୁକ୍ତ ହେବା ପରେ ବି ଶ୍ରୀ ମହାପାତ୍ର ତିର୍ତୋଲରେ ରହି ନିର୍ବାଚନ ପ୍ରଚାରରୁ ବିରତ ରହିବା ପାଇଁ ବିରୋଧୀ ବିଜେପି ଦଳର ନେତୃବୃନ୍ଦଙ୍କୁ ଧମକ ଦେଉଛନ୍ତି। ତିର୍ତୋଲ ନିର୍ବାଚନମଣ୍ଡଳୀରେ ଶ୍ରୀ ମହାପାତ୍ରଙ୍କ ସମସ୍ତ ସରକାରୀ ଅଧିକାରୀଙ୍କୁ ବିଜେଡି ସପକ୍ଷରେ କାମ କରିବା ପାଇଁ ତାଗିଦ୍ କରିବା ସହ ଖୁବଶୀଘ୍ର ସେ ପୁଣିଥରେ ଜିଲ୍ଲାପାଳ ଭାବେ ଦାୟୀତ୍ୱ ନେବେ ବୋଲି ଖୋଲା ଖୋଲି ଭାବେ କହୁଛନ୍ତି। ସରକାରୀ ଅଧିକାରୀ ହୋଇ ବେଆଇନ ଭାବେ ଶ୍ରୀ ମହାପାତ୍ର ରିଟର୍ଣ୍ଣିଂ ଅଫିସର, ଆସିଷ୍ଟାଂଟ ରିଟର୍ଣ୍ଣିଂ ଅଫିସର, ସେକ୍ସନ ଅଫିସର, ନିର୍ବାଚନ ସମ୍ବନ୍ଧିତ ଅଧିକାରୀ ଓ ପୋଲିସ ଉପରେ ଚାପ ପକାଇ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ପାଇଁ ଧମକ ଦେଇ ନିର୍ବାଚନ ଆଚରଣ ବିଧିକୁ ଖୁଲମଖୁଲା ଉଲ୍ଲଘଂନ କରିଛନ୍ତି । ଏହି ଘଟଣାକୁ ଗୁରୁତର ସହ ନେଇ ବାଲେଶ୍ୱର ଓ ତିର୍ତୋଲ ନିର୍ବାଚନମଣ୍ଡଳୀରେ ଥିବା ଶାସକଦଳ ମନ୍ତ୍ରୀ ଓ ବିଧାୟକମାନଙ୍କୁ
ବାହାର କରିବା ସହ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜଗତସିଂହପୁର ଛାଡିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାପାଳ କିମ୍ବା ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ରାଷ୍ଟ୍ରୀୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ବିଜେପି ସାଂସଦ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ସମ୍ବିତ ପାତ୍ର ଦାବି କରଛନ୍ତି।ସେହିପରି ଭୁବନେଶ୍ୱରଠାରେ ରାଜ୍ୟ ନିର୍ବାଚନ ଅଧିକାରୀ ଏ ଦିଗର ତୁରନ୍ତ ପଦକ୍ଷେପ ନେବା ସହ ମୁଖ୍ୟ ଶାସନ ସଚିବ ଏଭଳି ବେଆଇନ ଘଟଣାରେ ସଂପୃକ୍ତ ଥିବା ସଂଗ୍ରାମ ମହାପାତ୍ରଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ପ୍ରତିନିଧୀ ଦଳ ଦାବି କରିଛି ।

ସେହିପରି ବାଲେଶ୍ୱରରେ ବୁଥ ନମ୍ବର ୮୦, ୮୨, ୬୯, ୧୦୭, ୧୦୯ ୮୪, ୭୯, ୪୦, ୭୬, ୯୭, ୯୮, ୧୦୨, ୧୦୩, ୧୦୪, ୬୮, ୧୯୫, ୧୮୮, ୧୮୯, ୧୮୭, ୩୧, ୩୩, ୩୪, ୧୨, ୧୩, ୬, ୭, ୮, ୧୦, ୧୪, ୬୧, ୬୨, ୯୫, ୯୬, ୨୫, ୪୬, ୨୭, ୫୫, ୫୬, ୪୮, ୪୯ ଏବଂ ତିର୍ତୋଲରେ ବୁଥ ନମ୍ବର ୯୭, ୯୯, ୧୦୦(ଏ), ୧୦୩,
୧୦୪(ଏ), ୧୦୫, ୧୦୬, ୧୧୦, ୨୫୦,୨୫୪, ୨୫୩, ୨୫୩(ଏ), ୨୫୮, ୨୫୮(ଏ), ୨୬୦,୨୬୧, ୨୬୪, ୨୬୪(ଏ), ୨୩୬,୨୪୦,୨୪୪,୨୪୫,୨୩୫,୨୩୧,୨୧୬, ୨୧୭, ୨୨୭, ୨୧୩, ୨୦୪, ୨୦୪(ଏ), ୨୦୫, ୨୦୬, ୨୦୬(ଏ), ୨୩୦, ୨୩୦(ଏ), ୨୨୯, ୨୨୯(ଏ), ୧୯୯, ୨୨୮, ୨୨୮(ଏ), ୨୨୩, ୨୨୩(ଏ), ୨୨୨, ୬୯, ୬୯(ଏ), ୭୪, ୭୪(ଏ), ୭୨, ୭୨(ଏ), ୬୬, ୬୬(ଏ), ୭୭, ୭୮, ୮୪, ୮୪(ଏ), ୭୫, ୭୬, ୮୦, ୮୦(ଏ), ୮୧, ୮୨, ୯୫, ୮୭,୮୮, ୮୮(ଏ),୯୧, ୯୧(ଏ) ଆଦି ବୁଥଗୁଡିକ ସମ୍ବେଦନଶୀଳ ରହିଛି। ଏହି ସମସ୍ତ ବୁଥ ଗୁଡିକରେ ଶାସକ ବିଜେଡି ବୁଥ୍ କ୍ୟାପଚରିଙ୍ଗ ଓ ରିଗିଂ କରିବାର ଯୋଜନା କରିଛି। ଏହି ପରିପ୍ରେକ୍ଷୀରେ ସମସ୍ତ ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ସହ ସିସିଟିଭି କ୍ୟାମେରା ଲଗାଇ ଆଗାମୀ ଉପନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବାକୁ ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି ଓ ଉମାକାନ୍ତ ପଟ୍ଟନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା
ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

Spread the love