ନୂଆ ଟିମ୍ ଘୋଷଣା କଲା ବିଜେପି : ପଢନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର, ୧୩/୧୧: ଆଜି ବିଜେପି ପକ୍ଷରୁ ୩୬ଟି  ସାଂଗଠନିକ ପ୍ରଦେଶ ପାଇଁ ପ୍ରଭାରୀ ତାଲିକା ପ୍ରକାଶ ପାଇଛି। ଓଡ଼ିଶାର ବିଜେପି ପ୍ରଭାରୀ ଭାବେ ଡି. ପୁରନ୍ଦେଶୁରୀଙ୍କୁ ନିଯୁକ୍ତି ପାଇଛନ୍ତି। ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱରେ ବିଜୟପାଲ ସିଂହ ତୋମର କାର୍ଯ୍ୟ କରିବେ। ଏହା ପୂର୍ବରୁ ଅରୁଣ ସିଂହ ଓଡ଼ିଶା ପ୍ରଭାରୀ ଥିଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ମିଳିଛି।

ଦଳ ପକ୍ଷରୁ ତାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ରାଧା ମୋହନ ସିଂହଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ବିଜେପିର ସାଧାରଣ ସଂପାଦକ ତରୁଣ ଚୁଗଙ୍କୁ ଜାମ୍ମୁ କାଶ୍ମୀର, ଲଦାଖ ଓ ତେଲେଙ୍ଗାନା ରାଜ୍ୟ ପ୍ରଭାରୀ ଭାବେ ବିଜେପି ନିଯୁକ୍ତ କରିଛି।

Spread the love