ବିଧାନସଭାରେ ଭିଡିଓ କନଫରେସିଂ ଦ୍ବାରା ବିଧାୟକମାନେ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧ

ଭୁବନେଶ୍ୱର:  ବିଧାନସଭାରେ ଭିଡିଓ କନଫରେସିଂ ଦ୍ବାରା ବିଧାୟକମାନେ ଭାଗ ନେବା ବ୍ୟବସ୍ଥାକୁ ବିଜେପିର ବିରୋଧ । ବିଧାୟକମାନେ ବିଧାନସଭା ଗାରିମା ରକ୍ଷା କରିବା ପାଇଁ ବିଧାନସଭାରେ ଆସି ବସନ୍ତୁ ବୋଲି ଦାବି କରିଛନ୍ତି  ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ କିପରି ବିଧାନସଭା ନ ଆସିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଉଛି ।

ତେଣୁ ବିଜେପି ତାକୁ ବିରୋଧ କରୁଥିବା କହିଛନ୍ତି ଜୟ ନାରାୟଣ । ମୁଲତବୀ ପ୍ରସ୍ତାଵ ସବୁବେଳେ ମୁଖ୍ୟ ବିରୋଧୀ ଦଳ ହିଁ ଦେଇଥାଏ । ସେଥିପାଇଁ ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପି କେବଳ ସେ ସୁଯୋଗ ଦେବା ପାଇଁ ସର୍ବଦଳୀୟ ବୈଠକରେ ଦାବି କରିଛି ବିଜେପି ।

Spread the love