ଫସଲବୀମା ରାଶି ପାଇବା ପରେ ବିଜେପିରେ ବହୁ ଚାଷୀଙ୍କ ଯୋଗଦାନ

ପଦ୍ମପୁର/ଭୁବନେଶ୍ୱର,ତା.୧୭/୧୧: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତି ଏବଂ ସର୍ବଦା କୃଷି ଓ କୃଷକର ଉନ୍ନତି ଚିନ୍ତା କରୁଥିବା ଭାରତୀୟ ଜନତା ପାର୍ଟି ପ୍ରତି ଆସ୍ଥା ପ୍ରକଟ କରି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବା ପରେ ବିଧାୟକ ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲଖମରା ପଂଚାୟତର କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ କୃପାସିନ୍ଧୁ ଭୋଇଙ୍କ ପୁତୁରା ଶିଶିର କୁମାର ଭୋଇ ଓ ଖଲିଆପାଲି ପଂଚାୟତର ବାଦିମାଲା ଗ୍ରାମର ଭଜନ କୁମ୍ଭାର, ଶତ୍ରୁଘ୍ନ କୁମ୍ଭାର, ଚକ୍ର କୁମ୍ଭାର, ସୁବଲ କୁମ୍ଭାର, କବିରାଜ ସୁନା, ଗୋପି ସୁନା, କାର୍ତିକ ସୁନା, ଭରତ ହରିପାଲ, ବାବୁଲାଲ କୁମ୍ଭାର, ନିଲ କୁମ୍ଭାର, ପଂଚୁ ସୁନା, ଦୁଃଖମଣି ସୁନା, ରିଙ୍କୁ ସୁନା, ବିଂରଚି ତାତୁ, ବିପିନ ସୁନା, ଧନମାଲି କୁମ୍ଭାର, ପଙ୍କଜ ସେଟ୍ କଂଗ୍ରେସ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଉତରୀୟ ଏବଂ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବା ସହ ଭବିଷ୍ୟତରେ ବିଜେପିର ସଙ୍ଗଠନ ଆହୁରି ମଜବୁତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ବିଧାୟକ ମୁକେଶ ମହାଲିଙ୍ଗ, ବିଭୂ ପ୍ରସାଦ ତରାଇ, ବରଗଡ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ ଉପସ୍ଥିତ ଥିଲେ ।

Spread the love