କରୋନା ମୁକାବିଲାରେ ରାଜ୍ୟସରକାର, ଗଂଜାମ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ବିଫଳ : ବିଜେପି

 ବିଭିନ୍ନ ସରକାରୀ କା୍ୱ ରେଂଟାଇନ ସେଂଟର, ଆଇସୋଲେସନ ସେଂଟର ମାନଙ୍କରେ ପିଇବା ପାଣିର
ବ୍ୟବସ୍ଥା ନାହିଁ, ନିମ୍ନମାନର ଖାଇବା ମିଳୁଛି ଏବଂ ଆକ୍ରାନ୍ତକାରୀମାନେ ଅସ୍ୱାସ୍ଥ୍ୟକର ପରିବେଶରେ
ରହୁଛନ୍ତି
 ଜିଲ୍ଲାର ୩ଟି ସବଡିଭିଜନ ଛତ୍ରପୁର, ବ୍ରହ୍ମପୁର, ଭଂଜନଗରରେ ୧୦୦୦ଟି ବେଡ୍‌ର ୩ଟି ପୂର୍ଣ୍ଣାଙ୍ଗ
କୋଭିଡ ହସ୍ପିଟାଲ ସ୍ଥାପନା କରାଯାଉ
 ପ୍ରତିଦିନ ଗଂଜାମ ଜିଲ୍ଲାରେ ୫୦୦୦ ସ୍ୱାବ ଟେଷ୍ଟ କରାଯାଇ ଟେଷ୍ଟ ରିପୋର୍ଟ ପ୍ରଦାନ କରାଯାଉ
 ଓପିଡି ବନ୍ଦ ଥିବା କାରଣରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦେବାର ବନ୍ଦୋବସ୍ତ କରାଯାଉ
 ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପିପିଇ କିଟ୍ ଯୋଗାଇ ଦେବା ସହ
ସେମାନଙ୍କ ସ୍ୱାବ୍ ଟେଷ୍ଟ କରାଯାଉ
 କରୋନା ମୁକାବିଲାରେ ପ୍ରାଣ ହରାଇଥିବା ସମସ୍ତ କରୋନା ମୃତକ, ଅଙ୍ଗନଓାଡି ଓ ଆଶା , କର୍ମଚାରୀ, ଶିକ୍ଷକ, ପୋଲିସ ଏବଂ ସାମ୍ବାଦିକମାନଙ୍କୁ ଘୋଷଣା ମୁତାବକ  କ୍ଷତିପୂରଣ ରାଶି ପ୍ରଦାନ କରାଯାଉ
 ଜିଲ୍ଲା ପ୍ରଶାସନ କରୋନା ମୁକାବିଲା ଏବଂ ପରିଚାଳନା ପାଇଁ ସ୍ଥାନୀୟ ସାମାଜିକ ସଂଗଠନ,
ରାଜନୈତିକ ସଂଗଠନ, ସ୍ୱେଛାସେବୀ, ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞ ବ୍ୟକ୍ତିବିଶେଷଙ୍କୁ ସାମିଲ କରନ୍ତୁ
 ଅବିଭକ୍ତ ଗଂଜାମ ଜିଲ୍ଲା ପାଇଁ ରାଜ୍ୟ ସରକାର ଜଣେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ତରୀୟ ପ୍ରଶାସନିକ
ଅଧିକାରୀଙ୍କୁ ଦାୟୀତ୍ୱ ଦିଅନ୍ତୁ
 ଦାୟିତ୍ୱରେ ଥିବା ପୁରା ପ୍ରଶାସନ ନିଜକୁ କେବଳ ଟ୍ୱିଟରରେ ସୀମିତ ନକରି ଲୋକାଭିମୂଖୀ ଏବଂ  ଦୁରଦୃଷ୍ଟି ସଂପନ୍ନ ହୁଅନ୍ତୁ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ବର୍ତମାନ ଏକ ଭୟଙ୍କର ରୂପ ନେଇସାରିଲାଣି । ଓଡିଶାରେ ଆଜି  ସୁଦ୍ଧା ସର୍ବମୋଟ ୧୩ ହଜାର କରୋନା ପଜିଟିଭି ବାହାରିଲାଣି, ଯେଉଁଥିରୁ ଗଂଜାମ ଜିଲ୍ଲାରୁ କେବଳ ୪ ହଜାରରୁ ଉର୍ଦ୍ଧ । ବର୍ତମାନ  ରାଜ୍ୟରେ ଆକ୍ଟିଭ ଥିବା ୪୮୯୬ କେସରୁ ଗଂଜାମରେ କେବଳ ହେଉଛି ୧୯୧୭ । ଏଥିରୁ ଅନୁମାନ କରାଯାଇପାରେ ଯେ, ଗଂଜାମରେ କରୋନାର ସ୍ଥିତି କେତେ ଭୟଙ୍କର ଅଛି । ଗଂଜାମ ହେଉଛି ମୁଖ୍ୟମନ୍ତ୍ରୀଙ୍କର ନିଜଜିଲ୍ଲା । ଯଦି ସେଠାରେ କରୋନା ମୁକାବିଲାରେ  ରାଜ୍ୟସରକାର ବିଫଳ ତାହେଲେ ଓଡିଶାର ଅନ୍ୟ ଅଂଚଳରେ ସ୍ଥିତି କଣ ହୋଇଥିବ ? କରୋନା ମୁକାବିଲାକୁ ନେଇ ରାଜ୍ୟସରକାର ନାନା  ପ୍ରକାର ଭାଷଣବାଜି କରୁଥିବାବେଳେ ବାସ୍ତବ ସ୍ଥିତି କିନ୍ତୁ ଗ୍ରାଉଣ୍ଡରେ ସମ୍ପୁର୍ଣ୍ଣ ଓଲଟା । କରୋନା ମୁକାବିଲାରେ ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ବିଫଳ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନଷ୍ଠୁ ିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ଭିଡିଓ ପ୍ରଦର୍ଶନ ମାଧ୍ୟମରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ; ବିଭିନ୍ନ ସରକାରୀ କ୍ୱାରେଂଟାଇନ ସେଂଟର, ଆଇସୋଲେସନ  ସେଂଟର ମାନଙ୍କରେ ପିଇବା ପାଣିର ବ୍ୟବସ୍ଥା ନାହିଁ, ନିମ୍ନମାନର ଖାଇବା ମିଳୁଛି ଏବଂ ଆକ୍ରାନ୍ତକାରୀମାନେ ଅସ୍ୱାସ୍ଥ୍ୟକର ପରିବେଶରେ
ରହୁଛନ୍ତି । ପ୍ରଥମ ଦିନରୁ ଏ ଅବ୍ୟବସ୍ଥା ଚାଲିଆସିଛି । ଯେତେବେଳେ ପ୍ରବାସୀମାନେ ରାଜ୍ୟକୁ ଫେରିଲେ ସେତେବେଳେ ବିନା ସୁବିଧା ଓ  ବିନା ବ୍ୟବସ୍ଥାରେ ବିଭିନ୍ନ କ୍ୱାରଟାଂଇନ ସେଂଟରରେ ରଖାଗଲା । ଯାହା ଫଳରେ କିଛି ଲୁଚିକି ଘରକୁ ପଳାଇଲେ ଓ ଆହୁରି ଅନେକ ସମସ୍ୟା  ତିଆରି ହେଲା । କ୍ୱାରଂଟାଇନ ଅବଧିକୁ ବାରମ୍ବାର ବଦଳାଯିବା, ବିନା ଟେଷ୍ଟିଙ୍ଗରେ ଲୋକମାନଙ୍କୁ ଘରକୁ ପଠାଇ ଦିଆଯିବା ଆଦି କାରଣ ପାଇଁ ଗଂଜାମରେ ଆଜି ଏହି ଅବ୍ୟବସ୍ଥା ସୃଷ୍ଟି ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ।
କୋଭିଡ କେଆର ହୋମରେ ମୃତ୍ୟୁ ସଂଖ୍ୟା ମଧ୍ୟ ସାମ୍ନାକୁ ଆସୁଛି । ଏଥିପାଇଁ ସରକାରଙ୍କ ଭୁଲ ନିଷ୍ପତି ହିଁ ଦାୟୀ । ଜିଲ୍ଲାରେ
କୋରନାରୋଗିଙ୍କ ପାଇଁ ଆଉ ଆସିୟ ୁଏବଂ ଭେଂଟିଲେଟର ନାହିଁ । ଯେଉଁ ୩୦ଟି ବେଡ ତାହା ଆବଶ୍ୟକତାକୁ ପୁରଣ କରିପାରୁନାହିଁ । ତେଣୁ ରାଜ୍ୟ ସରକାର ତୁରନ୍ତ ଜିଲ୍ଲାର ୩ଟି ସବଡିଭିଜନ (ଛତ୍ରପୁର, ବ୍ରହ୍ମପୁର, ଭଂଜନଗର)ରେ ୧୦୦୦ଟି ବେଡର ୩ଟି ପୂର୍ଣ୍ଣାଙ୍ଗ କୋଭିଡ ହସ୍ପିଟାଲ ସ୍ଥାପନା କରିବାକୁ ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି । ପ୍ରତିଦିନ ଗଂଜାମ ଜିଲ୍ଲାରେ ୫୦୦୦ ସ୍ୱାବ ଟେଷ୍ଟ କରାଯାଉ । ଯାହାର ସ୍ୱାବ ସଂଗ୍ରହ କରାଯାଉଛି ତାକୁ ତାହାର ସମ୍ପୁର୍ଣ୍ଣ ବିବରଣି ଦିଆଯାଉ । ଟେଷ୍ଟିଙ୍ଗକୁ କେବଳ ବ୍ରହ୍ମପୁରରେ ସୀମିତ ନକରି ଜିଲ୍ଲାର ଅନ୍ୟ ଭାଗରେ ବି କରାଯାଉ । ସରକାର କହିଥିଲେ ରାଜ୍ୟରେ ସେରେଲୋଜିକାଲ ଟେଷ୍ଟିଙ୍ଗ କରିବା ପାଇଁ । ତାହା ଗଂଜାମ ଜିଲ୍ଲାରୁ ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ । ହେଲେ ତାହାଏବେ ସୁଦ୍ଧା ହେଲା ନାହିଁ । ପ୍ରାଇଭେଟ ଟେଷ୍ଟିଙ୍ଗକୁ ସରକାର ଅନୁମତି ଦେବାକୁ ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି । ବର୍ତମାନ ଗଂଜାମ ସମେତ ରାଜ୍ୟର ଅନ୍ୟ ଭାଗରେ ସରକାରୀ ଡାକ୍ତରଖାନାମାନଙ୍କରେ ଓପିଡି ସେବା ବନ୍ଦ ହେବାରୁ ଏକ ଗୁରୁତର ସମସ୍ୟା ଭାବେ ଠିଆ ହୋଇଛି । ଓପିଡି ବନ୍ଦ ହୋଇଯିବା ଫଳରେ ଅନ୍ୟ ରୋଗରେ ପିଡିତ ରୋଗୀମାନେ ନାହିଁ ନଥିବା ଅସୁବିଧାର  ସମ୍ମୁଖୀନ ହେଉଛନ୍ତି । କିଡିନଠାରୁ ଆରମ୍ଭ କରି ଅନ୍ୟ ଦୁରାରୋଗୀମାନଙ୍କ ପାଇଁ ସରକାରୀ ଚିକିସ୍ତ୍ରା ଏବେ ଅପହଂଚ ହୋଇଯାଇଛି । ତେଣୁ ରାଜ୍ୟ  ସରକାର ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦେବାର ବନ୍ଦୋବସ୍ତ କରିବାକୁ ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି ।
ଘରକୁ ଘର ବୁଲି ସର୍ଭେ କରୁଥିବା ସରକାରୀ କର୍ମଚାରୀମାନଙ୍କର ସୁରକ୍ଷା କଥା ସରକାର ଚିନ୍ତା କରୁନାହାନ୍ତି । ସେମାନଙ୍କ ପାଖରେ
ପିପିଇ କିଟ ନାହିଁ । ଯେଉଁଠି ବି ଦିଆଯାଉଛି ତାହା ଅତ୍ୟନ୍ତ ନିମ୍ନମାନର । ଅଙ୍ଗନଓାଡି କର୍ମୀ ହୁଅନ୍ତୁ ବା ସ୍କୁଲ ଶିକ୍ଷକ ହୁଅନ୍ତୁ, ଯେଉଁମାନେ  ଫିଲ୍ଡ ସର୍ଭେ କରିବା ପାଇଁ ଯାଉଛନ୍ତି ସେମାନଙ୍କର କରୋନା ପରୀକ୍ଷା କରାଯାଉନାହିଁ । ଯାହା ଫଳରେ ଦୁଇଟା ସମସ୍ୟା ହେଉଛି । ଗୋଟିଏ ହେଲା ସେମାନେ ଯଦି ନିଜେ ପଜିଟିଭ ଥିବେ ତାହେଲେ ଅନ୍ୟମାନଙ୍କୁ ହେବାର ସମ୍ଭାବନା ରହିଛି ବା ଯଦି ନିଜେ ସର୍ଭେ କରୁ କରୁ କାହା ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଯାଆନ୍ତି, ତାହେଲେ ତାଙ୍କ ପରିବାରବି ସଂକ୍ରମିତ ହେବାର ଡର ଅଛି । ତେଣୁ ଯେଉଁମାନେ ସେହି
କାମରେ ନିୟୋଜିତ ଅଛନ୍ତି ସେମାନଙ୍କର ସ୍ୱାବ ଟେଷ୍ଟ ହେବା ନିହାତି ଆବଶ୍ୟକ । ଗତକାଲି ସରକାର ଘୋଷଣା କରିଛନ୍ତି ଯେ ସେମାନଙ୍କର କରୋନା ପଜିଟିଭ ପରୀକ୍ଷା କରାଯିବ ବୋଲି । ଏହା ଅନେକ ବିଳମ୍ବ ହେଲେ ବି ସ୍ୱାଗତଯୋଗ୍ୟ । କିନ୍ତୁ ସରକାର ଖାଲି ଘୋଷଣା କରି ବସିଗଲେ ହେବ ନାହିଁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି ।
ସରକାର ବିଶେଷ ଭାବେ ଗଂଜାମ ଜିଲ୍ଲା ପ୍ରଶାସନ ଏବେ ସୁଦ୍ଧା କରୋନା ମୁକାବିଲାରେ ନିୟୋଜିତ ହୋଇ ମୃତ୍ୟୁବରଣ କରିଥିବା ସରକାରୀ କର୍ମଚାରୀମାନଙ୍କୁ କରୋନା ଓାରିୟର ଘୋଷଣା କରୁନାହାନ୍ତି । ଯାହା ଫଳରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ସେମାନେ ପାଉନାହାନ୍ତି । ଅନେକ ଅଙ୍ଗନଓାଡି କର୍ମଚାରୀ ମଲେଣି । ହେଲେ ସରକାର ତାହା ମାନୁନାହାନ୍ତି । ସରକାର କେବଳ ଚାପରେ ଆସି ଜଣେ ଶିକ୍ଷକ ମରିବା ପରେ ତାଙ୍କ ମୃତ୍ୟୁକୁ କରୋନା ପାଇଁ ବୋଲି ସ୍ୱୀକାର କରିଛନ୍ତି । ସରକାର ତୁରନ୍ତ କରୋନା ମୁକାବିଲାରେ ପ୍ରାଣ ହରାଇଥିବା ସମସ୍ତ କରୋନା ମୃତକ, ଅଙ୍ଗନଓାଡି କର୍ମଚାରୀ, ଆଶା ଜର୍ମଚାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମଚାରୀ, ଶିକ୍ଷକ,
ପୋଲିସ, ସାମ୍ବାଦିକମାନଙ୍କୁ ଘୋଷଣା କରିଥିବା କ୍ଷତିପୂରଣ ରାଶି ଦିଅନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ପ୍ରଧାନମନ୍ତ୍ରୀ କରୋନା ମୁକାବିଲାକୁ ନେଇ ସାରା ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସହମତିରେ ନିଷ୍ପତି ନେଉଛନ୍ତି । ସବୁ ରାଜ୍ୟର ସରକାରମାନଙ୍କୁ ନିଷ୍ପତି ନେବାର ସ୍ୱାଧୀନତା ଦେଇଛନ୍ତି । ହେଲେ ଓଡିଶା ସରକାରଙ୍କର କୋଭିଡ ମୁକାବିଲା କିଛି ହାତଗଣତି ଅଧିକାରୀଙ୍କ
ଦ୍ୱାରା କରାଯାଉଛି । ମନ୍ତ୍ରୀମାନଙ୍କୁ ପଚରାଯାଉନାହିଁ । ଦୂରଦୃଷ୍ଟିର ଅଭାବ, ବିନାସହମତିରେ କୋଭିଡ ପରିଚାଳନା ପାଇଁ ରାଜ୍ୟରେ ଆଜି ଏହି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ଜିଲ୍ଲା ପ୍ରଶାସନ କେବଳ କଂଟେନମେଂଟ ଘୋଷଣା କରୁଛନ୍ତି ହେଲେ କଂଟେନମେଂଟ ଅଂଚଳକୁ ସାନିଟାଇଜେସନ କରାଯାଉନାହିଁ ା କଂଟେନମେଂଟ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ସରକାର ପହଂଚାଇବା କଥା । ହେଲେ ତାହା ହେଉନାହିଁ । ବର୍ତମାନ ଗାଁ ପୋଖରୀ ସଂକ୍ରମଣ ବ୍ୟାପିବାର କେନ୍ଦ୍ର ପାଲଟିଛି । ଗାଁ ପୋଖରୀର ସାନିଟାଇଜେସନ ହେବା ନିହାତି ଆବଶ୍ୟକ ରହିଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଜିଲ୍ଲା ପ୍ରଶାସନ କରୋନା ମୁକାବିଲାରେ ସ୍ଥାନୀୟ ସାମାଜିକ ସଂଗଠନ, ରାଜନୈତିକ ସଂଗଠନ, ସ୍ୱେଛାସେବୀମାନଙ୍କୁ ସାମିଲ
କରୁନାହାନ୍ତି । କରୋନା ବିରୋଧରେ ଏ ଲଢାଇ କେବଳ ସରକାର ଲଢୁ ନାହାନ୍ତି । ଏହି ମୁକାବିଲାରେ ସରକାର ସମସ୍ତଙ୍କୁ ସାମିଲ କରନ୍ତୁ ।  ରାଜ୍ୟସରକାର କରୋନା ମୁକାବିଲାରେ ଗାଁ କମିଟିର ପରାମର୍ଶ ଅନୁସାରେ ପଦକ୍ଷେପ ନେବେ ବୋଲି ଘୋଷଣା କରିଥିଲେ । ହେଲେ ତାହା ହେଉନାହିଁ । ତୁରନ୍ତ ଗଂଜାମ ପାଇଁ ଏକ ଡିଷ୍ଟ୍ରିକ୍ଟ କୋଭିଡ ମାନଜମେଂଟ ଟିମର ଗଠନ କରାଯାଉ ଯେଉଁଥିରେ ଅଭିଜ୍ଞ ଭାଇରୋଲୋଜିଷ୍ଟ,  କମୁନିକେବଲଡିଜିଜ ଏକ୍ସପର୍ଟମାନଙ୍କୁ ସାମିଲ କରାଯାଉ । ସେମାନଙ୍କର ପରାମର୍ଶ ଅନୁସାରେ କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆଯାଉ । ପ୍ରଶାସନିକ ତାଳମେଳ ଅଭାବ, ଅବ୍ୟବସ୍ଥା, ଅମାନିଆ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଜଣେ ଅତିରିକ୍ତ ମୁଖ୍ୟ ଶାସନ ସଚିବସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କୁ ଅବିଭକ୍ତ ଗଂଜାମ ଜିଲ୍ଲାର ଦାୟିତ୍ୱ ଦେବା ପାଇଁ ଶ୍ରୀ ବକ୍ସିପାତ୍ର ଦାବୀ ଜଣାଇବା ସହ ପୁରା ପ୍ରଶାସନ ନିଜକୁ କେବଳ ଟ୍ୱିଟରରେ ସୀମିତ ନକରି ଲୋକାଭିମୂଖୀ ଏବଂ ଦୃରଦୃଷ୍ଟି ସଂପନ୍ନ ହେବାକୁ ଶ୍ରୀ ବକ୍ସିପାତ୍ର କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଗଂଜାମ ଜିଲ୍ଲା ସଭାପତି ବିଭୁତି ଜେନା, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଶିଶିର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love