‘ଅଟଳ ସମ୍ମାନ-୨୦୨୨’ରେ ସମ୍ମାନୀତ ହେବେ ସମାଜସେବୀ ସଂଗଠକ, ପୂର୍ବତନ ବିଧାୟକ ଏବଂ ବନବାସୀ ଜନନେତା ପୁରୁଷୋତମ ନାଏକ

ଭୁବନେଶ୍ୱର ତା ୨୩/୧୨: ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିଲାଗି ପ୍ରତିବର୍ଷ ସାରାଭାରତରେ ଡିସେମ୍ବର ୨୫ତାରିଖକୁୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ଏହି ଅବସରରେ ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୮ ତମ ଜନ୍ମ ଦିବସ ପାଳନ ସହ ୭ମ ତମ “ଅଟଳ ସମ୍ମାନ – ୨୦୨୨” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ପ୍ରକୋଷ୍ଠର ଅଧ୍ୟକ୍ଷ ଗୀତିକାର ପଂଚାନନ ନାୟକ ସୂଚନା ଦେଇଛନ୍ତି ।
ସମାଜସେବୀ ସଂଗଠକ, ପୂର୍ବତନ ବିଧାୟକ ଏବଂ ବନବାସୀ ଜନନେତା ପୁରୁଷୋତମ ନାଏକଙ୍କୁ “ଅଟଳ ସମ୍ମାନ -୨୦୨୨” ସମ୍ମାନରେ ସମ୍ମାନୀତ କରାଯିବ । ଗୀତିକବି, ରାଷ୍ଟ୍ରବାଦୀ କବି, ବ୍ୟଙ୍ଗ ଲେଖକ ତଥା କାର୍ଟୁନିଷ୍ଟ ଯୋଗେଶଚନ୍ଦ୍ର ଦାସଙ୍କୁ “ଅଟଳ କବିତା ସମ୍ମାନ -୨୦୨୨” ରେ ପ୍ରଦାନ କରାଯିବା ସହ ବରିଷ୍ଠ ସମାଜସେବୀ, ସଂଗଠକ, ସମବାୟବିତ୍ ଏବଂ ଦୁଃଖୀ ଜନତାର ବନ୍ଧ ପରମେଶ୍ୱର ଦାଶ (ବୁଲନ ଭାଇ)ଙ୍କୁ ମଧ୍ୟ “ଅଟଳ ସମାଜସେବୀ ସମ୍ମାନ-୨୦୨୨”ରେ ସମ୍ମାନୀତ କରାଯି ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ଯୋଗଦେବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏହି ଅବସରରେ ଓଡ଼ିଶା ଚଳଚିତ୍ର ଜଗତର ଚର୍ଚ୍ଚିତ ଚେହେରା ଶ୍ରୀ ଅଶ୍ରୁମୋଚନ ମହାନ୍ତି, ସାଂସ୍କୃତିକ ପ୍ରକୋଷ୍ଠର ସହସଂଯୋଜକ ଅର୍ଚ୍ଚନା ପଲାଇ, ସଞ୍ଜିବ୍ ମିଶ୍ର ଉପସ୍ଥିତ ଥିଲେ ।

Spread the love