ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀରେ ସଂପୃକ୍ତ ରାଜନେତା, ବଡ଼ବାବୁମାନଙ୍କ ମୁଖା ଖୋଲିବା ଦାବିରେ ପୋଲିସ କମିଶନରଙ୍କୁ ଭେଟିଲା ଜିଲ୍ଲା ବିଜେପି
ଭୁବନେଶ୍ୱର, ତା.୧୭/୧୦: ଅର୍ଚ୍ଚନା ନାଗଙ୍କ ରଙ୍ଗଶାଳାର ରଙ୍ଗେଲି ରାଜନେତା, ବଡବାବୁମାନଙ୍କ ମୁଖା ଖୋଲିବା ନେଇ ଆଜି ପାୱାର ହାଉସ୍ ଛକରୁ କମିଶନରେଟ୍ ଅଫିସ ପର୍ଯ୍ୟନ୍ତ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଶତାଧିକ ଯୁବକ, ମହିଳାକର୍ମୀ ଏକ ଶୋଭାଯାତ୍ରା କରି କମିଶନରେଟ୍ ପୋଲିସକୁ ଭେଟିଛନ୍ତି ।
ସୂଚନାଥାଉ କି, ସାଧାରଣ ଲୋକଙ୍କ ମନରେ ପୋଲିସର ଭୂମିକା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଲାଗି ସାରା ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି । ରାଜନେତା, ଉଚ୍ଚପଦସ୍ତ ଅଫିସର ଓ ବଡ ବଡ ବ୍ୟବସାୟୀ ଏହି ଘଟଣାରେ ସଂପୃକ୍ତ । ତଥାପି ପୁଲିସ ଜାଣିଶୁଣି ଏହି କେସ୍ରୁ ନିବୃତ ରହୁଛି ନା ତା’ଉପରେ ବଡବଡିଆ ଚାପ ପଡୁଛି ବୋଲି ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି । ଆଜି ଜିଲ୍ଲା ସଭାପତି ବାବୁ ସିଂ ନେତୃତ୍ୱରେ ବିଜେପିର ବହୁ କାର୍ଯ୍ୟକର୍ତା ପାୱାର ହାଉସ ଛକରୁ କମିଶନରେଟ୍ ଅଫିସ ପର୍ଯ୍ୟନ୍ତ ଶତାଧିକ ଯୁବକ, ମହିଳାକର୍ମୀ ଏକ ରାଲି କରି ସିପି ଅଫିସ ନିକଟରେ ପଂହଚି ଥିଲେ । ଅର୍ଚ୍ଚନା ନାଗ ଗିରଫ ହେବାର ୮ଦିନ ବିତି ଯାଇଥିଲେ ବି ପୋଲିସ କାହିଁକି ଶ୍ରୀମତୀ ନାଗଙ୍କୁ ରିମାଣ୍ଡରରେ ଆଣିନାହାନ୍ତି, ଏଯାଏଁ ପୋଲିସ କାହିଁକି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ବାଇନଙ୍କୁ ଗିରଫ କରିନାହିଁ ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ କରବା ସହ ଯେଉଁ ଯେଉଁ ବ୍ୟକ୍ତି ଏହା ସହ ସଂପୃକ୍ତ ତାଙ୍କୁ ଗିରଫ କରୁ । ଲେଡି ବ୍ଲାକମେଲରଙ୍କ କଳାକାରନାମାରେ ବହୁ ବଡ ବଡ ବ୍ୟବସାୟୀ ସାମିଲ ଅଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ବାନ୍ଧନ୍ତୁ ବୋଲି ଦାବି କରିଛନ୍ତି ବିଜେପି ନେତା ଦିଲ୍ଲୀପ ମହାନ୍ତି । ଅର୍ଚ୍ଚନା ନାଗ ମାମଲାରେ ଫସିଥିବା ନେତା, ମନ୍ତ୍ରୀ ପ୍ରମାଣ ନଷ୍ଟ କରିବାକୁ ସଫଳ ହୋଇଛନ୍ତି । ପୁଲିସ ଅଧିକ ସମୟ ନିରବ କାହିଁକି ବୋଲି ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ।
ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ରାଜେନ୍ଦ୍ର ଦାସ, ତୃପ୍ତିମଇ ମକଦ୍ଦମ, ମନରଞ୍ଜନ ସ୍ୱାଇଁ, ବିଜେପି କର୍ପୋରେଟର ରାମଚନ୍ଦ୍ର ରଣସିଂ, ଜୀବନ ରାଉତ, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଅଞ୍ଜନ ନାଥ, ଅମରଜ୍ୱତି ଜଗଦ୍ଦେବ, ସ୍ୱୟଂଭୁ ପଟ୍ଟନାୟକ, ବିଜୟ କୁମାର ରାଉତ, ଜିଲ୍ଲା ସମ୍ପାଦକ ଧବଳେଶ୍ୱର ମୃତି, ରଜନୀ ବାଳା ଦାସ, ଆଶିଷ ମହାପାତ୍ର, ଜିଲ୍ଲା କାର୍ଯ୍ୟକର୍ତା ସୁନୀଲ ପ୍ରଧାନ, ଲିପା ଦାସ, ତୁଳସୀ ବିଶୋଇ, ଜ୍ୟୋଷ୍ଣାରାଣୀ ନାୟକ, ସୁମିତ୍ରା ଆଚାର୍ଯ୍ୟ, ଗୀତାରାଣୀ ବେହେରା ଓ ମେନକା ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।