ଭିଡ଼ିଓ ବାର୍ତ୍ତାରେ ଓଡ଼ିଶାବାସୀଙ୍କୁ ରଥଯାତ୍ରାରେ ଶୁଭେଚ୍ଛା ଜଣାଇଲେ ବିଜେପି ନେତା ରାକେଶ ମଲ୍ଲିକ

ସୋର, ୨୩/୦୬: ଆଜି ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ବିଶ୍ୱବାସୀଙ୍କୁ ଚତୁର୍ଥାମୂର୍ତ୍ତି ରଥ ଉପରେ ଥାଇ ଦର୍ଶନ ଦେବେ । କୋଟି କୋଟି ଜନମାନସର ଦୁଃଖହରଣ ପାଇଁ କାଳିଆସଆନ୍ତ ରଥାରୂଢ଼ ହେବେ । ବହୁ ବିଳମ୍ବରେ ରଥକାର୍ଯ୍ୟ ଆରମ୍ଭ ହୋଇ ସେହି ଲୀଳାମୟ ଠାକୁରଙ୍କ ଅପାର କୃପାରୁ ରଥକାର୍ଯ୍ୟ ସମ୍ପର୍ଣ୍ଣ ହୋଇ ଆଜି ବଡ଼ଦାଣ୍ଡରେ ଗଡ଼ିବାକୁ ପ୍ରaସ୍ତୁତ । ଏଥିପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଅତୁଳନୀୟ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଗୃହମନ୍ତ୍ରୀ ଅମିତ ଶାହ ପୁରୀ ମହାରାଜା ଦୀବ୍ୟସିଂହଦେବଙ୍କ ସହ ରଥଯାତ୍ରା ନେଇ ଆଲୋଚନା କରିଥିଲେ ।

କରୋନା କଟକଣା ପାଇଁ ଭକ୍ତ ସିନା ବଡଦାଣ୍ଡକୁ ଯାଇପାରି ନାହାନ୍ତି । ହେଲେ ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କ ସହ ରଥରେ ବିଜେ ହୋଇ ବିଶ୍ୱବାସୀଙ୍କୁ ଦର୍ଶନ ଦେବେ । ଚଳିତଥର ଲୋକେ ଘରେ ରହି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ଘୋଷଯାତ୍ରା ଏବଂ ବାହୁଡାଯାତ୍ରା ସହ ସମସ୍ତ ନୀତିକାନ୍ତି ଦେଖିବେ । ଏହି ଅବସରରେ ସୋର ନିର୍ବାଚନ ମଣ୍ଡଳୀର ବିଜେପି ନେତା ରାକେଶ କୁମାର ମଲ୍ଲିକ ଓଡ଼ିଶାବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହ ସାମାଜିକ ଦୂରତା ରକ୍ଷା କରି ଘରେ ରହି ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବାକୁ ଅନୁରୋଧ କରିଛନ୍ତି ।

Spread the love