ଚାନ୍ଦବାଲି ଭୋଟର ପରିବର୍ତ୍ତନ ପାଇଁ ମନସ୍ଥ କରି ସାରିଛନ୍ତି: ମନମୋହନ

ଚାନ୍ଦବାଲି: ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଭୋଟର ୨୦୨୪ରେ ପରିବର୍ତ୍ତନ କରିବା ପାଇଁ ମନ ବଳାଇ ସାରିଛନ୍ତି। କେବଳ ତାଙ୍କ ସହ ଯୋଗ ସୂତ୍ର ରକ୍ଷା କରିବା ଆମ ମାନଙ୍କ ପ୍ରାଥମିକତା ରହିବା ଉଚିତ୍ ବୋଲି ଆଜିକାର ସଭାରେ ବିଜେପି ରାଜ୍ୟ ସଭାପତି ସାମଲ ପ୍ରକାଶ କରିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ପକ୍ଷରୁ ରବିବାର ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ଶ୍ରୀ ସାମଲ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ପିରାହାଟ ଠାରୁ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀମାନେ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଚାନ୍ଦବାଲି ସହର ପରିକ୍ରମା କରିବା ସହ ସଭା ସ୍ଥଳକୁ ପାଛୋଟି ନେଇଥିଲେ। ପରେ ସ୍ଥାନୀୟ ବିଜୁ ସ୍ମୃତି ଭବନ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ଦଳୀୟ କର୍ମୀମାନେ ରାଜ୍ୟ ସଭାପତି ତଥା ଚାନ୍ଦବାଲିର ବିଧାୟକ ପାର୍ଥି ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧନା ଦେବା ସହ ପୁଷ୍ପ ଗୁଛ ଦେଇ ସ୍ବାଗତ କରିଛନ୍ତି।

ଚାନ୍ଦବାଲିର ଦଳୀୟ ନେତୃତ୍ୱ ଓ କର୍ମୀମାନଙ୍କ ଉତ୍ସହରୁ ବିଜୟ ବାରି ହୋଇ ପଡ଼ୁଛି ବୋଲି ଧାମନଗର ବିଧାୟକ ସୂରଜ୍ ସୂର୍ଯ୍ୟବଂଶୀ ମତ ବ୍ୟକ୍ତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ସାଂସଦ ପାର୍ଥୀ ଅଭିମନ୍ୟୁ ସେଠୀ, ବରିଷ୍ଠ ନେତା ଦୀନବନ୍ଧୁ ପତି, ବଦ୍ରୀ ଧଳ, ଦୀପକ ରାୟ ମହାପାତ୍ର, ଜିଲ୍ଲା ଉପସଭାପତି କମଳାକାନ୍ତ ସୂତାର, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ରାଉଳ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ରାଉଳ, ପୂର୍ଣ୍ଣଚନ୍ଦ୍ର ପାଣି, କାହ୍ନୁ ବେହେରା, ମିତ୍ରଭାନୁ ଦାସ, ମୀନ କେତନ ବିଶ୍ଵାଳ, କିଶୋର ନାୟକ ଓ ମାଳତୀ ଲତା ସାହୁ ପ୍ରମୁଖ ଯୋଗ ଦେଇ ବିଜେପି ସରକାର ବହୁମୁଖୀ ଯୋଜନା ଉପରେ ଅଭିବାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ସଂଗୀତା ବେହେରା, ଭାରତୀ ରାଉତ, ଯୁବନେତା ଅଭୟ ବଳ, ଦିଲ୍ଲୀପ କୁମାର ରାଉତ, ବିଜୟ ବେହେରା, ଚନ୍ଦନ ରାଉତ, ଉଦୟ କେତନ ବିଶ୍ଵାଳ, ସ୍ମୃତି ରଞ୍ଜନ ନାୟକ, ବିଶ୍ଵ ମୋହନ ଜେନା, ଅରଜିତ୍ ପଣ୍ଡା, ସୁଶାନ୍ତ ମହାନ୍ତି ଓ ବିକାସ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love