ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ତାରକା ପ୍ରଚାରକଙ୍କ ନାଁ ଘୋଷଣା କରିଛି। ଏଥିରେ ଦଳର ବହୁ ହେଭିୱେଟଙ୍କୁ ସ୍ଥାନ ମିଳିଛି।

ବିଜେପିର ତାରକା ପ୍ରଚାରକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ସମେତ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ଯୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ପ୍ରମୁଖ ସାମିଲ ଅଛନ୍ତି।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ହେମାମାଳିନୀ, ସନ୍ନି ଦେଓଲ, ହଂସରାଜ ହଂସ, ଗୌତମ ଗମ୍ଭୀର, ରବି କିଶନ ପ୍ରମୁଖ ସ୍ଥାନ ପାଇଛନ୍ତି।

Spread the love