ସରକାର ବନେଇବା ନୁହେଁ ରାଷ୍ଟ୍ର ନିର୍ମାଣ ବିଜେପିର ଲକ୍ଷ୍ୟ:ଶିବରାଜସିଂହ ଚୌହାନ

ଆଜି ଭୁବନେଶ୍ୱରରେ ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ  ଶିବରାଜ ସିଂହ ଚୌହାନ  ଓଡିଶାରେ ଜନସଂଘ
ସମୟରେ ଦଳର ସଙ୍ଗଠନକୁ ମଜବୁତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ଜଣ ବରିଷ୍ଠ ନେତାଙ୍କୁ ସମ୍ମାନୀତ କରିଛନ୍ତି । ସାରା ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ଏହି ସଦସ୍ୟତା ଅଭିଯାନରରେ ଶ୍ରୀ ଚୌହାନ ଦଳରେ ଶତାଧିକ ବୁଦ୍ଧିଜୀବୀ ମାନଙ୍କୁ ସାମିଲ କରିବା ସହ ଆଗାମୀ ଦିନରେ ବିଜେପିକୁ ସଶକ୍ତ କରିବା ଆହ୍ୱାନ ଦେଇଥିଲେ । ସରକାର ବନେଇବା ନୁହେଁ ରାଷ୍ଟ୍ର ନିର୍ମାଣ ବିଜେପିର ଲକ୍ଷ୍ୟ ବୋଲି ଶ୍ରୀ ଚୌହାନ କହିଛନ୍ତି ।
ଓଡିଶାରେ ଜନସଂଘ ସମୟରେ ଦଳର ସଙ୍ଗଠନକୁ ମଜବୁତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ଜଣ ବରିଷ୍ଠ
ନେତାଙ୍କୁ ସମ୍ମାନୀତ କରାଯାଇଛି । ରାଉରକେଲାର ବିଷ୍ଣୁ ପ୍ରସାଦ ସାହୁ ଓ ନାଗରମଲ ପ୍ରଧାନ, ଆନନ୍ଦପୁରର କ୍ଷିରୋଦ ପ୍ରସାଦ ସ୍ୱାଇଁ, ଭବାନୀପାଟନାର ଦିଲୀପ ରାଜ ବେହେରା, ବାଙ୍ଗିରିପୋଷୀର ପୁରୁଷତୋମ ନାୟକ, ଶରତ ଚନ୍ଦ୍ର ବେହେରା, କଟକରୁ ବ୍ରଜ କିଶୋର ଦାସ, ପୁରୀର କାଶୀନାଥ ମିଶ୍ର, କୃଷ୍ଣ ଚନ୍ଦ୍ର ଜଗଦେବ, ଜୁନାଗଡର ଦେବ ପ୍ରସାଦ କୋଏଲ, ଧର୍ମଗଡର ଧନଜଂୟ ପାତ୍ର, ବ୍ରହ୍ମପୁରର ନନ୍ଦ କିଶୋର ସାହୁ ପ୍ରମୁଖଙ୍କୁ ଶ୍ରୀ ଚୌହାନ ଉତରୀୟ ଦେଇ ସମ୍ମାନୀତ କରିଥିଲେ ।

ଧାରା ୩୭୦ ଉଚ୍ଛେଦ ପରେ ଏବେ କାଶ୍ମିରୀବାସୀଙ୍କୁ ସ୍ୱାଧୀନତା ମିଳିଛି । ସେହିପରି ତିନି ତଲାକ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁସଲିମ ମହିଳାଙ୍କୁ ତାଙ୍କ ଅଧିକାର ପ୍ରଦାନ କରିଛନ୍ତି । କଂଗ୍ରେସ ପ୍ରଧାନମନ୍ତ୍ରୀ ଯେଉଁ ଦେଶକୁ ଯାଉଥିଲେ ତାଙ୍କୁ ସମ୍ମାନ ମିଳୁନଥିଲା । କଂଗ୍ରେସ ସରକାର ସମୟରେ ଆତଙ୍କବାଦୀ ଆସି ଭାରତର ସୈନ୍ୟଙ୍କୁ ମାରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ଯେଉଁ ଦେଶକୁ ଯାଉଛନ୍ତି ତାଙ୍କୁ ସମ୍ମାନ ମିଳୁଛି । ମୋଦି ସରକାର ଆତଙ୍କବାଦ ବିରୁଦ୍ଧରେ ଲଢେଇ କରୁଛି । ଶତ୍ରୁପକ୍ଷକୁ ମୁହଁ ତୋଡ ଜବାବ ଦିଆଯାଉଛି । ଚନ୍ଦ୍ରଯାନ -୨ ପଠାଇ ଭାରତ ବିଶ୍ୱରେ ଆଉ
ଏକ ରେକର୍ଡ କରିଛି । ଏକ ଭାରତ ଏବଂ ଶ୍ରେଷ୍ଠ ଭାରତ ବନାଇବା ପାଇଁ ଆମେ ସଂକଳ୍ପ ନେବା ପାଇଁ ଶ୍ରୀ ଚୌହ୍ୱାନ ଆହ୍ୱାନ ଦେଇଛନ୍ତି

ସଦସ୍ୟତା ଅଭିଯାନକୁ ସର୍ବ ବ୍ୟାପୀ ଓ ସର୍ବସ୍ପର୍ଶୀ କରାଇବାର ଲକ୍ଷ୍ୟ ରଖାଯାଇଛି । ସଦସ୍ୟତା ଅଭିଯାନରେ ସବୁ ବର୍ଗର
ଲୋକଙ୍କୁ ସାମିଲ କରାଯିବ । ବିଶ୍ୱର ସବୁଠୁ ବଡ ଦଳର ସଦସ୍ୟ ହେବା ଏକ ସ୍ୱାଭିମାନର ବିଷୟ । ବିଜେପି ହେଉଛି ଏକମାତ୍ର ଦଳ ଯେଉଁ ଦଳରେ ଚା ବିକାଳୀ ପ୍ରଧାନମନ୍ତ୍ରୀ ହୋଇପାରିବ ଓ ଜଣେ ଖବରକାଗଜ ବିକାଳି ରାଷ୍ଟ୍ରପତି ହୋଇପାରେ । ବୁଥସ୍ତରରୁ ଏହି ସଦସ୍ୟତା କାର୍ଯ୍ୟକ୍ରମକୁ ବ୍ୟାପକ କରି ଏକ ନୂତନ ଓଡିଶା ଗଠନ କରିବା ଲକ୍ଷ୍ୟକୁ ପୂରଣ କରିବା ବୋଲି କେନ୍ଦ୍ରମନ୍ତ୍ରୀ  ପ୍ରତାପ ଷଡଙ୍ଗୀ ଆହ୍ୱାନ ଦେଇଥିଲେ ।
ମଧ୍ୟପ୍ରଦେଶରେ ଶ୍ରୀ ଚୌହାନଙ୍କ ନେତୃତ୍ୱରେ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି । ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ କରି ଶ୍ରୀ ଚୌହାନ ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିଜେପି ହେଉଛି ବିଶ୍ୱର ଏକ ନମ୍ବର ଦଳ । ରାଜ୍ୟ ବିଜେପି ମିଳିମିଶି କାର୍ଯ୍ୟ କରୁଛି । ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟରେ ୩୬ଟି ବିଲ ପାସ୍ ହୋଇଛି । ଆଗାମୀ ଦିନରେ ରାଜ୍ୟର ୬ ହଜାରରୁ ଉଦ୍ଧ୍ୱର୍ ଗ୍ରାମ ପଂଚାୟତରେ ବିଜେପି ପହଂଚି ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବ ବୋଲି ଭୁବନେଶ୍ୱର ସାଂସଦ  ଅପରାଜିତା ଷଡଙ୍ଗୀ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୁଦ୍ଧିଜୀବୀ ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ
କୁମାର ନାଏକ, ବରିଷ୍ଠ ନେତା ଦାମୋଦର ରାଉତ, ଐର ଖାରବେଳ ସ୍ୱାଇଁ,ରାଜ୍ୟ ସଦସ୍ୟତା ପ୍ରଭାରୀ ଓ ସାଧାରଣ ସଂପାଦକ ଅନନ୍ତ ନାଏକ, ପ୍ରକାଶ ମିଶ୍ର, ବିନୋଦ ଦାଶ, ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love