ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଥିବାବେଳେ ବାଧକ ସାଜିଛନ୍ତି ରାଜ୍ୟସରକାର: ସମୀର ମହାନ୍ତି

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ମୋଦି ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପର୍ଯ୍ୟାୟକ୍ରମେ ଏହି ପ୍ୟାକେଜର କ୍ରିୟାନ୍ୱୟନ ଆରମ୍ଭ ହୋଇଛି । ଭାରତରେ ୬୫ ପ୍ରତିଶତ ଜନସଂଖ୍ୟା କୃଷି ଏବଂ କୃଷି ଆନୁସଙ୍ଗିକ କାର୍ଯ୍ୟ କ୍ଷେତ୍ର ଉପରେ ନିର୍ଭର କରୁଛନ୍ତି । ଗତ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏକ ନୂତନ କେନ୍ଦ୍ରୀୟ ଯୋଜନା ଅରମ୍ଭ କରି କୃଷି ଭିତିଭୂମି ପାଣ୍ଠି ଅଧୀନରେ ବିଭିନ୍ନ କୃଷି ଭିତିକ ଭିତିଭୂମି ସୃଷ୍ଟି ପାଇଁ ଏକଲକ୍ଷ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏହି ଯୋଜନା ଦ୍ୱାରା ଚାଷୀ , ପ୍ୟାକ୍ସ, ଏଫପିଓ, କୃଷି ଉଦ୍ୟୋଗୀ ଆଦି ଉପକୃତ ହେବେ।

ଅମଳ ପରବର୍ତୀ ଫସଲ ପରିଚାଳନା ଓ ସଂରକ୍ଷଣ ତଥା ଚାଷୀ ସମୁଦାୟ ଦ୍ୱାରା ବିଭିନ୍ନ ପ୍ରକାର କୃଷି ଭତିକ ନିର୍ମାଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ଏହାଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ସାଇଚି ରଖିବା ସହ ପରବର୍ତୀ ର୍ପ୍ୟାୟରେ ଅଧିକ ଦାମରେ ବିକିବାକୁ ସକ୍ଷମ ହେବେ । କ୍ୟାବିନେଟ ଅନୁମୋଦନର ୩୦ ଦିନ ଭିତରେ କୃଷି ଭିତିଭୂମି ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ଟଙ୍କା ୨୨୮୦ ସମବାୟ ସମିତିକୁ ପ୍ରଦାନ କରିଛନ୍ତି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏଭଳି ନିଷ୍ପତି ନିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଓଡିଶା ବାସୀଙ୍କ ତରଫରୁ ବିଜେପି ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।

Spread the love