ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ

ଭୁବନେଶ୍ବର ୮।୧୨: ଡିସେମ୍ବର ୯ ତାରିଖରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା । ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ଯୁବ ମୋର୍ଚ୍ଚା କରିବ ବଡ ପ୍ରତିବାଦ । ଆନ୍ଦୋଳନରେ ଓଡିଶାର କୋଣ ଅନୁକୋଣରୁ ହଜାର ହଜାର ଯୁବ ବିଜେପି କର୍ମୀ ଯୋଗଦେବେ । ଯେପର୍ଯ୍ୟନ୍ତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇନାହାନ୍ତି, ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି ।

Spread the love