“ନବୀନ ସରକାର, ନାହିଁ ଦରକାର”, “ବିଜେଡି ଦଳ, ଓଡିଶାକୁ କାଳ”: ବିଜେପି

ଭୁବନେଶ୍ୱର, ତା.୧୫/୦୨: ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି ଏନସିଆରବି ରିପୋର୍ଟ ବାରମ୍ବାର ତଥ୍ୟ ଦେଇଛି । ରାଜ୍ୟ ସରକାରଙ୍କ ନେତା, ମନ୍ତ୍ରୀ ଓ ଶାସକ ଦଳର ହାତ ବାରିସୀ ସାଜିଥିବା ପୋଲିସ ଅଧିକାରୀମାନେ ଓଡ଼ିଶାର ଅପରାଧରେ ସଂପୃକ୍ତ ଅଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ବାରମ୍ବାର ଦାବି କରିଆସିଛି । ରାଜ୍ୟ ପୋଲିସ ବିଭାଗ ବିଶୃଙ୍ଖଳାର ଚରମ ସୀମା ଅତିକ୍ରମ କରିସାରିଛି । ସାଧାରଣ ଜନତାଙ୍କ ପୋଲିସ ଉପରୁ ବିଶ୍ୱାସ ତୁଟିଯାଇଛି । ୨୩ ବର୍ଷ ଧରି ଓଡ଼ିଶାର ଗୃହ ବିଭାଗ ଦାୟୀତ୍ୱରେ ଥିବା ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀବ ବାବୁ ନିଜ ନୈତିକତା ହରାଇଛନ୍ତି । ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ନିଜ ପଦରୁ ଇସ୍ତଫା ଦିଅନ୍ତୁ । “ନବୀନ ସରକାର, ନାହିଁ ଦରକାର”, “ବିଜେଡି ଦଳ, ଓଡିଶାକୁ କାଳ”, ଏଭଳି ନାରାବାଜୀ ଦେଇ ବିକ୍ଷୋଭକାରୀମାନେ ଧାରଣା ଦେଇଥିଲେ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଆଜି ଭାରତୀୟ ଜନତା ପାର୍ଟୀ ତରଫର୍ନ ରାଜ୍ୟର ସମସ୍ତ ଜିଲ୍ଲାରେ ବିକ୍ଷୋଭ ଓ ହରତାଳ କରାଯାଇଛି ।
ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଧାୟକ ନାଉରୀ ନାଏକ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ ସୀମାଂଚଳ ଖଟେଇ; କଟକରେ ବରିଷ୍ଠ ନେତା ନୟନ ମହାନ୍ତି, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ; ବ୍ରହ୍ମପୁରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବିଭୁତି ଜେନା, ଗୋକୁଳାନନ୍ଦ ମଲ୍ଲିକ; ବାଲେଶ୍ୱରରେ ସାଂସଦ ପ୍ରତାପ ଷଡଙ୍ଗୀ, ବିଧାୟକ ସୁକାନ୍ତ ନାୟକ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଉମାଶଂକର ମହାପାତ୍ର ; ରାଉରକେଲାରେ ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଲତିକା ପଟ୍ଟନାୟକ, ଅନୁଗୁଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଦିଲେଶ୍ୱର ପ୍ରଧାନ; ବଲାଙ୍ଗୀରରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ ମୁକେଶ ମହାଲିଙ୍ଗ, ଶିବାଜୀ ମହାନ୍ତି; କେନ୍ଦୁଝରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ; ମହେଶ୍ୱର ସାହୁ, ଅଂଶୁମାନ ସବୁଜ ମହନ୍ତ ବର୍ମା; ଭଦ୍ରକରେ ବରିଷ୍ଠ ନେତା ମନମୋହନ ସାମଲ, ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ହେମନ୍ତ ପାଢୀ; ଢେଙ୍କାନାଳରେ ପୂର୍ବତନ ସାଂସଦ ରୁଦ୍ର ପାଣି, ନରେଶ ମହାପାତ୍ର; ପୁରୀରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଆଶ୍ରିତ ପଟ୍ଟନାୟକ; ମୟୁରଭଞ୍ଜରେ ବିଧାୟକ ଭାସ୍କର ମଢେଇ, ନବଚରଣ ମାଝୀ, ପ୍ରକାଶ ସୋରେନ, ସନାତନ ବିଜୁଳି, ନବଚରଣ ମାଝୀ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ; କୋରାପୁଟରେରେ ସୁମନ୍ତ ପ୍ରଧାନ; ଜଗତସିଂହପୁରରେ ପୂର୍ବତନ ସାଂସଦ ତଥା ଏସସି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁ ତରାଇ, ସତ୍ୟବ୍ରତ ମହାପାତ୍ର; ଝାରସୁଗୁଡାରେ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ମଙ୍ଗଲ ସାହୁ; ଖୋର୍ଦ୍ଧାରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରଶ୍ମୀରଂଜନ ମହାପାତ୍ର; ଗଜପତିରେ ବିଧାୟକ କେ.ନାରାୟଣ ରାଓ; ରାୟଗଡାରେ ଏସଟି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କାଳିରାମ ମାଝୀ, ଦେବଗଡରେ ବିଧାୟକ ସୁବାଷ ପାଣିଗ୍ରାହୀ, ମିନକେତନ ପ୍ରଧାନ; ସୁନ୍ଦରଗଡରେ ବିଧାୟକ ଭବାନୀ ଭୋଇ, କୁସୁମ ଟେଟେ; ନବରଙ୍ଗପୁରରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଜଗଦୀଶ ବିଶୋଇ; କେନ୍ଦ୍ରାପଡାରେ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ତେଜେଶ୍ୱର ପରିଡା, ଜିଲ୍ଲା ସଭାପତି କିଶୋର ପଣ୍ଡା; କନ୍ଧମାଳରେ ଜଗନ୍ନାଥ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଶହ ଶହ କାର୍ଯ୍ୟକର୍ତା ବିକ୍ଷୋଭ ଓ ହରତାଲ୍‌ରେ ସାମିଲ ହୋଇଥିଲେ ।
ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଗତ କିଛି ବର୍ଷ ହେଲା ରାଜ୍ୟରେ ରାଜନୈତିକ ହିଂସା ବୃଦ୍ଧି ପାଇଛି । ଅଧିକାଂଶ କ୍ଷେତ୍ରରେ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ସ୍ପଷ୍ଟ ଥିବାବେଳେ ଅପରାଧୀଙ୍କୁ ସୁରକ୍ଷା ଦେଉଛି ବିଜେଡି ସରକାର । ଏପରିକି ବିଜେଡି ସରକାର ନିଜ ଅପରାଧିକ ଭାବମୁର୍ତିକୁ ବଂଚାଇବା ପାଇଁ ଅଭିଯୁକ୍ତ ଏବଂ ଘଟଣାର ପ୍ରତ୍ୟକ୍ଷ ସାକ୍ଷୀମାନଙ୍କୁ ହତ୍ୟା କରୁଥିବାର ଓଡିଶାବାସୀ ଅନୁଭବ କରିଲେଣି । ଓଡିଶାରେ ଯଦି ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ସୁରକ୍ଷିତ ନୁହନ୍ତି, ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା ନକହିବା ଭଲ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ସାଡେ ଚାରି କୋଟି ଓଡିଶାବାସୀଙ୍କ ଆସ୍ଥା ମୁଖ୍ୟମନ୍ତ୍ରୀଙ୍କ ଉପରୁ ତୁଟିଯାଇଛି । “ରାଜ୍ୟ ଶାସନ ବ୍ୟବସ୍ଥାକୁ ଚଳାଉଛି କିଏ”? ରାଜ୍ୟବାସୀଙ୍କ ମନ ଭିତରେ ଏହା ଏବେ ପ୍ରମୁଖ ପ୍ରଶ୍ନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ଓ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରତିବାଦର ସ୍ୱରକୁ ଚପେଇ ଦେବା ପାଇଁ ବିରୋଧୀଙ୍କ ଉପରେ ପୋଲିସର ବଳ ପ୍ରୟୋଗ କରାଯିବା ଅତ୍ୟନ୍ତ ଲଜ୍ଜାଜନକ ।
ଆସିନ୍ତା କାଲି ୧୬ତାରିଖରେ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବୀ କରି ପାଇଁ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଗଣଧାରଣା ଦିଆଯିବ ।

Spread the love