ବାହୁ ଓ ଅର୍ଥ ବଳ ଜରିଆରେ ନିର୍ବାଚନ ଲଢୁଛି ବିଜେଡି: ବିଜେପି

ଭୂବନେଶ୍ୱର : ସରକାରୀ କଳ, ବଳର ଅପବ୍ୟବହାର ସହିତ ଶାସକ ବିଜେଡି କାର୍ଯ୍ୟକର୍ତାଙ୍କ ଗୁଣ୍ଡାଗର୍ଦ୍ଦି ଆଜି ରାଜ୍ୟର ସ୍ୱଚ୍ଛ ଗଣତନ୍ତ୍ର ପ୍ରତି ବଡ ବିପଦ ଆଣିଦେଇଛି। ଏହାସତ୍ୱେ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ସମସ୍ତ ବିଧିବ୍ୟବସ୍ଥାକୁ ଫୁ କରିଦେଇ ବ୍ୟାପକ ଭାବେ ଟଙ୍କା ପଇସାର ବଂଟନ ନିର୍ବାଚନ ଆଚରଣ ବିଧିକୁ ସଂପୂର୍ଣ୍ଣ ଉଲ୍ଲଂଘନ କରୁଛି । ଚଳିତ ପଂଚାୟତ ନିର୍ବାଚନରେ ଭୋଟରମାନଙ୍କୁ ଟଙ୍କା ପଇସା ବାଂଟି ଭୟଭୀତ କରାଇ ଜୋରଜବରଦସ୍ତ ଭୋଟ ହାତେଇବାର ବହୁ ଘଟଣାମାନର ଭିଡିଓ ଆଜି ସର୍ବସାଧାରଣରେ ଭାଇରାଲ ହେଉଛି । ତଥାପି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହି ପରିପ୍ରେକ୍ଷୀରେ ଆଜି ବିଜେପି ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରାଯାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଛି । ମାଲକାନଗିରି ଜିଲ୍ଲା ଜିଲ୍ଲା ପରିଷଦ ଜୋନ-୩ ଗୁମୁଖା ପଂଚାୟତରେ ଏକ ନିର୍ବାଚନୀ ସଭାରେ ଶାସକ ବିଜେଡି ନେତୃବୃନ୍ଦଗଣ ଖୋଲାଖୋଲି ଭାବେ ଟଙ୍କା ବଂଟନ କରି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ସେହିପରି ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀର ଜୋନ-୭ ରେ ମଧ୍ୟ ବିଜେଡି କାର୍ଯ୍ୟକର୍ତାମାନେ ଧମକ ଚମକ ଦେଇ ଭୋଟରମାନଙ୍କୁ ଭୟଭୀତ କରିବାର ଦୃଶ୍ୟ ମଧ୍ୟ ଭାଇରାଲ ହୋଇଛି । ଏହି ଦୁଇଟି ଘଟଣାରେ ଶାସକ ବିଜେଡି କାର୍ଯ୍ୟକର୍ତାଙ୍କ ଆଚରଣ ବିଧି ଉଲ୍ଲଂଘନକୁ ନେଇ ବିହୀତ ପଦକ୍ଷେପ ଗ୍ରହଣ ଦାବୀରେ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଦାବୀ କରିଛି ।
ରାଜ୍ୟରେ ଅବାଧ, ମୁକ୍ତ ଓ ନିରପେକ୍ଷ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ପୁଣି ଥରେ ଦାବୀ କରାଯାଇଛି । ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ଠାକୁର ରଣଜିତ୍ ଦାସ, ଲିଗାଲ ସେଲର ଜୟନ୍ତ ଜେନା, ରବି ଶଙ୍କର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ ଏବଂ ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଂକର ପତି ପ୍ରମୁଖ ସାମିଲ ଥିଲେ ।

Spread the love