ଗଣତନ୍ତ୍ର ବଂଚାଇବା ପାଇଁ ନିର୍ବାଚନ ଅଧିକାରୀମାନେ ନିର୍ଭୟରେ ନିଜ ଦାୟୀତ୍ୱ ତୁଲାନ୍ତୁ : ବିଜେପି

ନିର୍ବାଚନ ହାରିବା ଭୟରେ ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି । ବିଜେଡି ପ୍ରତିହିଂସା ପରାୟଣ ହୋଇ ବିରୋଧୀ ସମେତ ନିର୍ବାଚନ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି । ଏହା ସତ୍ୱେ ରାଜ୍ୟ ପୋଲିସ ପ୍ରଶାସନ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜି ହୀନ ରାଜନୀତି କରିଚାଲିଛନ୍ତି । କିନ୍ତୁ ଗତକାଲି ନବୀନଙ୍କ ଅତି ନିକଟତର ବ୍ୟକ୍ତି ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଯେଉଁଭଳି ଭାବେ ସରକାରୀ ଅଫିସରମାନଙ୍କୁ
ମରଣାନ୍ତକ ଆକ୍ରମଣ କଲେ ସେଥିରୁ ପୂରା ସ୍ପଷ୍ଟ ହେଉଛି କି ଶାସକ ବିଜେଡି ସୁପ୍ରିମୋ ନବୀନ ବାବୁଙ୍କ କହିବା ଏବଂ କରିବାରେ ପ୍ରାର୍ଥକ୍ୟ କେତେ ରହିଛି । ଅନ୍ୟପକ୍ଷରେ ସାଢେ ୪ କୋଟି ମୋ ପରିବାର କହିବୁଲୁଥିବା ମୁଖ୍ୟମନ୍ତ୍ରୀ ଏହି ଉକ୍ତିକୁ ମଧ୍ୟ ଆଜି ଭୃଲ ପ୍ରମାଣିତ କରିଛନ୍ତି ।

ଅନ୍ୟପଟେ ଗଣତନ୍ତ୍ର ବଂଚାଇବା ପାଇଁ ନିର୍ବାଚନ ଅଧିକାରୀମାନେ ନିର୍ଭୟରେ ନିଜ ଦାୟୀତ୍ୱ ତୁଲାନ୍ତୁ ବୋଲି ରାଜ୍ୟ ଉପସଭାପତି  ସମୀର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି କି, ଗତକାଲି ରାତିରେ ମାଜିଷ୍ଟ୍ରେଟ  ରବିନାରାୟଣ ପାତ୍ରଙ୍କ ନେତୃତ୍ୱରେ ନିର୍ବାଚନ ତଦାରଖ
କରୁଥିବା ଫ୍ଲାଇଙ୍ଗ ସ୍କ୍ୱାଡ୍ର ଏକ ଟିମ୍ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପିପିଲି ବିଧାୟକ ପାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଟଙ୍କା ଏବଂ ମଦ ବଂଟାଯାଉଥିବାର ନିଶ୍ଚିନ୍ତ ସୂଚନା ପାଇଲା ପରେ ସେଠାରେ ଚଢାଉ କରିବାକୁ ଯାଉଥିଲା ବେଳେ ଖୋଦ୍ ପ୍ରଦୀପ ମହାରଥୀ ଓ ତାଙ୍କର  ସହଯୋଗୀମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଆହତ ମାଜିଷ୍ଟ୍ରେଟ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ନଭେଟି ମିଛ ଡ୍ରାମା କରି ଗତକାଲି ରାତିରୁ ମେଡିକାଲ ବେଡରେ ଚମକ୍ରାର ଅଭିନୟ କରୁଥିବା ଭୁବନେଶ୍ୱର ମଧ୍ୟ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଭେଟି ଚାଲିଗଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି କି,
ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀମାନଙ୍କୁ କେତେ ନିଜ ଅଧିକାରୀମାନଙ୍କୁ ସୁରକ୍ଷା ଦିଅନ୍ତି ଆଉ କେତେ ସେମାନଙ୍କ କଥା ବୁଝନ୍ତି । ଆହତ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିବା ପାଇଁ କଣ ମୁଖ୍ୟମନ୍ତ୍ରୀଙ୍କର କର୍ତବ୍ୟ ନଥିଲା ବୋଲି ଶ୍ରୀ ମହାନ୍ତି ପଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ବିଜେପିର ଏକ ପ୍ରତିନିଧୀ ଦଳ ଆହତ ମାଜିଷ୍ଟ୍ରେଟଙ୍କୁ ଭେଟିବା କଥା ପ୍ରଚାରିତ ହେବା ପରେ ଶାସକ
ବିଜେଡି ଚକ୍ରାନ୍ତ କରି ମାଜିଷ୍ଟ୍ରେଟଙ୍କୁ ମେଡିକାଲରୁ ଡିସଚାର୍ଜ କରିଦେଇଛି । ରାଜ୍ୟରେ କେବଳ ବିଜେପି ସରକାର ହିଁ ସରକାରୀ ଅଫିସରମାନଙ୍କୁ ସୁରକ୍ଷା ଦେଇପାରିବ । ନିର୍ବାଚନରେ ଜଡିତ ସମସ୍ତ ନିର୍ବାଚନ ଅଧିକାରୀ, ପୁଲିଙ୍ଗ ଅଫିସର, ଫ୍ଲାଇଙ୍ଗ ସ୍କାର୍ଡ, ରିଟଣ୍ଣି ର୍ଙ୍ଗ ଅଫିସର ନିରପେକ୍ଷ ଏବଂ ନିର୍ଭୀକ ହୋଇ କାର୍ଯ୍ୟ କରିବା ପାଇଁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love