ଆବାସ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ

ପ୍ରଧାନମନ୍ତ୍ରୀ ଆବାସ  ଯୋଜନା ନେଇ ବିଜେପି ର ସାମ୍ବାଦିକ ସମ୍ମିଳନୀ। ସରକାର ଙ୍କୁ ଟାର୍ଗେଟ କଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଓଡ଼ିଶା ରେ ଫନି ପର ଠାରୁ  ଆବାସ ଯୋଜନାରେ ଗୋଟିଏ ବି କାର୍ଯ୍ୟାଦେଶ ଦେଲେନି। ହିତାଧିକାରୀଙ୍କ ଚୟନ ତାଲିକା ଚୂଡାନ୍ତ ହୋଇପାରିନି। SECC ରେ ଥିବା 27 ଲକ୍ଷ ଙ୍କୁ  ଘର ପ୍ରଥମେ ଦେବାକୁ କହିଥିଲେ । ଦିତୀୟ ଦଫା ସର୍ଭେରେ 9 ଲକ୍ଷ ନାଁ କଟିଲା । ପଂଚାୟତର ହିତାଧିକାରୀଙ୍କ ତାଲିକା ଲାଗିଲା ଇଂରାଜୀରେ । ଫେବ୍ରୁଆରୀ 22 ଯାଏ ତାରିଖ ଘୁଞ୍ଚାଇଲେ । ଆଜି ସୁଦ୍ଧା ତାଲିକା ଚୂଡାନ୍ତ ହୋଇନି । ଅଭିଯୋଗ ଗ୍ରହଣ ହେଉଛି । ଏହା ଏକ ତ୍ରୁଟିପୂର୍ଣ୍ଣ ତାଲିକା । ନିଜେ 25 ଲକ୍ଷ ଘର କରିଥିବା ନେଇ କହୁଥିଲେ ବି 21 ଲକ୍ଷ ଘର ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଛନ୍ତି । ଯୋଗ୍ୟ ହିତାଧିକାରୀ କାର୍ଡ ଦେବାକୁ ବିଜେଡି କିଏ ? ଏହା ସରକାରୀ କାର୍ଯ୍ୟକ୍ରମ । ରାଜନୈତିକ ଡ୍ରାମା କରୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।  ବିଜେପି ସମସ୍ତ ସାଂସଦ, ବିରୋଧୀ ଦଳ ନେତା ଓ  ଉପନେତା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ଆଜି ଫେରାଦ ହେବେ । 3 ବର୍ଷ ରେ ଆବାସ ଯୋଜନାରେ 14796 କୋଟି ଦେଇଛି କେନ୍ଦ୍ର ସରକାର ।

ଏପ୍ରିଲରେ ଯଦି ତଦନ୍ତ ସାରି ଯୋଗ୍ୟ ତାଲିକା ଦେବେ , ତେବେ ବର୍ତ୍ତମାନ 20 ଲକ୍ଷ ପରିବାରର ତଥ୍ୟ କୋଉଠୁ ଆଣିଲେ ସରକାର । ଅଯୋଗ୍ୟଙ୍କୁ ଏଥର ଯୋଗ୍ୟତା କାର୍ଡ ବଣ୍ଟାଯାଉଥିବା ର ପ୍ରମାଣ ରଖିଲା ବିଜେପି । ଏଥିପାଇଁ କୁଜିନେତା 20 ହଜାର ଟଙ୍କା ଲାଞ୍ଚ ନେଉଛନ୍ତି । 5 ହଜାର  ଅଯୋଗ୍ୟଙ୍କ ତାଲିକା ବିଜେପିର ହସ୍ତଗତ ହୋଇଛି । ପୁରା ରାଜ୍ୟରେ ସାଢ଼େ 5 ଲକ୍ଷ ରୁ 6 ଲକ୍ଷ ଅଯୋଗ୍ୟଙ୍କୁ  କାର୍ଡ ବାଣ୍ଟିବା ନେଇ ଯୋଜନା କରିଛନ୍ତି ସରକାର ।

ପଞ୍ଚାୟତରାଜ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଯମରା ପଞ୍ଚାୟତରେ ପ୍ରଥମେ 226 ହିତାଧିକାରୀ ଥିଲେ ବିଜେପି ପକ୍ଷରୁ ଏନେଇ ଅଭିଯୋଗ କରିବାରୁ ଏବେ କଟି 40 ହେଲା । ଏହି  ପଞ୍ଚାୟତରେ ସୁକାନ୍ତି ସାହୁ, ସୌଦାମିନୀ ମଲ୍ଲିକଙ୍କୁ ପୂର୍ବରୁ ଘର ମିଳିଥିଲା । ଏବେ ପୁଣି ଯୋଗ୍ୟତା କାର୍ଡ଼ ମିଳିବ । ନୃତ୍ୟାଙ୍ଗ ପଞ୍ଚାୟତର ପ୍ରମିଳା ସାହୁ, ପବିତ୍ର ମୋହନ ଦାସଙ୍କୁ ବି ଦୁଇ ଥର ଘର ମିଳିବାକୁ ଯାଉଛି । ତେବେ ଏଇଥିରୁ ସହଜରେ ଅନୁମାନ ଲଗାଇ ପାରୁଥିବେ ଯଦି କିଛି ପଞ୍ଚାୟତରେ ଏଭଳି ଅବସ୍ଥା ତା ହେଳେ ରାଜ୍ୟସାରା କେଉଁ ଭଳି ଅବସ୍ଥା ରହିଥିବ ।

Spread the love