ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖନ୍ତୁ ରାଜ୍ୟ ସରକାର : ବିଜେପି

ଭୁବନେଶ୍ୱର, ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମ୍ବିଧାନ ବିରୋଧୀ ମନ୍ତବ୍ୟକୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋର୍ ନିନ୍ଦା କରିଛି ରାଜ୍ୟ ବିଜେପି । ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିବା ସହ କଟକ ଠାରେ ଆଜିର କାର୍ଯ୍ୟକ୍ରମ ଦଳୀୟ ନା ସରକାରୀ ଥିଲା ତାହା ସ୍ପଷ୍ଟ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।
ଶ୍ରୀ ମହାପାତ୍ର କହିଛନ୍ତି ଯେ ସରକାରୀ କାର୍ଯ୍ୟକ୍ରମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେପି
ସାଂପ୍ରଦାୟିକ ମନୋଭାବ ସୃଷ୍ଟି କରୁଥିବା ଏବଂ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ସମାଲୋଚନା କରିବା ଜଣେ ମନ୍ତ୍ରୀଙ୍କ ପକ୍ଷେ ଶୋଭନୀୟ ନୁହେଁ । ଏକ ରାଜନୈତିକ ମଂଚରୁ ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ । ଦଳ ତରଫରୁ ଏଭଳି ମନ୍ତବ୍ୟକୁ ନିନ୍ଦା କରାଯାଉଛି ବୋଲି ସେ କହିଛନ୍ତି ।
ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଏକ ସରକାରୀ ମଂଚରେ ମନ୍ତ୍ରୀ ରାଜନୈତିକ ବିବାଦ ତିଆରି କରିବା କେତେ
ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ କିଛି ଦିନ ତଳେ ଗୋଟିଏ ଟ୍ରେଡ୍ ୟୁନିୟନ ବନ୍ଦ ଡାକରା
ଦେଇଥିବା ଏହି ଆନ୍ଦୋଳନରେ ବିଜେଡି ମିଶିବା ନେଇ ବୟାନ ବାଜି କରିଥିଲା ଏବଂ ଦଳ ପରେ ହଟହଟାର ଶୀକାର ହୋଇଥିଲା । ସେହିପରି ଏହି ବୟାନବାଜିରୁ ମନ୍ତ୍ରୀ ଜଣକ ରାଜନୈତିକ ଦୃଷ୍ଟିରୁ ଦେବାଳିଆ ହୋଇଯାଇଥିବା ସ୍ପଷ୍ଟ କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ରାଜନୀତିରେ ବାଦବିବାଦର ସ୍ଥାନ ଅଛି ମାତ୍ର ତାହା କେଉଁଠୁ କୁହାଯିବା ତାହା ଜଣେ ରାଜନୈତିକ ବ୍ୟକ୍ତି ଜାଣିବା ଉଚିତ । ସରକାରୀ କାର୍ଯ୍ୟକ୍ରମରେ ମଂଚରୁ ବିଜେପିକୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲେ ଦଳ ପକ୍ଷରୁ ତାହାର ଉତର ଦିଆଯାଇଥାନ୍ତାୁ ମାତ୍ର ଏଭଳି ଏଭଳି ବୟାନବାଜି ସରକାରୀ ମଂଚରୁ ନିନ୍ଦନୀୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ସଭା ଦଳୀୟ କାର୍ଯ୍ୟକ୍ରମ ନା ସରକାରୀ କାର୍ଯ୍ୟକ୍ରମ ଥିଲା ତାହା ରାଜ୍ୟ ସରକାର ସର୍ବସାଧାରଣରେ ସ୍ପଷ୍ଟ କରନ୍ତୁ । ଯଦି ଦଳୀୟ କାର୍ଯ୍ୟକ୍ରମ ନଥିଲା ତେବେ କାହିଁକି ସେ ଏପରି ମନ୍ତବ୍ୟ ଦେଲେ ତାହା ଉପରେ ସରକାର ସ୍ପଷ୍ଟୀକରଣ ରଖିବାର  ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Spread the love