ପ୍ରଥମ କ୍ୟାବିନେଟରେ ଉଭୟ ଜବାନ ଏବଂ କିଷାନଙ୍କୁ ଗୁରୁତ୍ୱ ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ: ବିଜେପି

ଦ୍ୱିତୀୟ ଥର ପାଇଁ ଦେଶର ଶ୍ରୀ ନରେନ୍ଦ୍ର ମୋଦି ସରକାର
ହେବା ପରେ ତାଙ୍କର ପ୍ରଥମ କ୍ୟାବିନେଟ୍ ବେଠ÷ କରେ ୨୦୨୦ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱ ିଗୁଣିତ କରିବା
ପାଇଁ କାର୍ଯକ୍ରମ କରାଯାଇଛି । ଦେଶର ସବୁ ଚାଷୀଙ୍କ ପାଇଁ ପିଏମ୍ କିଷାନ ଯୋଜନାକୁ ଲାଗୁ କରିବା  ସହ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଏଥିରେ ଯୋଡାଯାଇଛି । ଚାଷୀକୂଳ ପ୍ରତି ଦେଇଥିବା ପ୍ରତିଶୃତିକୁ  ପ୍ରତିବଧିତା କରି ଦେଶର ସମସ୍ତ ଚାଷୀଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ କିଷାନ ପେନ୍ସନ୍ ଯୋଜନା’ ଏକ
ଐତିହାସିକ ନିଷ୍ପତି ନେଇଥିବାରୁ ଓଡିଶାର ସମସ୍ତ ସାଂସଦ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  କୃତଜ୍ଞତା ଜଣାଇଛନ୍ତି ।
ଗତକାଲି କ୍ୟାବିନେଟ୍ ନିଷ୍ପତିରେ ପିଏମ୍ କିଷାନ ଯୋଜନା ଲାଗୁ ହୋଇଥିବାରୁ ଦେଶର ସାଢେ ୧୪ କୋଟି ଚାଷୀ ଏଥିରୁ ଲାଭବାନ୍ ହେବେ ।

ଏଥିପାଇଁକେନ୍ଦ୍ର ସରକାର ଚଳିତ ୨୦୧୯-୨୦  ଆର୍ଥିକ ବର୍ଷ ବଜେଟ୍ ୮୭୨୧୭.୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରତ୍ୟେକ ଚାଷୀଙ୍କୁ ତିନିଟି  କିସ୍ତି ମାଧ୍ୟମରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି । ପୂର୍ବରୁ ଏହି ଯୋଜନାରେ ୩.୧୧ କୋଟି ଚାଷୀଙ୍କ ଆକଂଉଟକୁ ପ୍ରଥମ କିସ୍ତି ଯାଇଥିବା ବେଳେ ଦ୍ୱିତୀୟରେ କିସ୍ତିରେ ୨.୭୫ କୋଟି ଚାଷୀଙ୍କ ଆକଂଉଟକୁ ଟଙ୍କା ପଠାଯାଇଛି । ‘ପ୍ରଧାନମନ୍ତ୍ରୀ କିଷାନ ପେନ୍ସନ୍
ଯୋଜନା’ କୁ ଘୋଷଣା କରାଯାଇଛି । ଏହି ଯୋଜନାରେ ୧୮ ରୁ ୪୦ ବର୍ଷ ବୟସର କୃଷକ ମାନେ ସାମିଲ ହୋଇପାରିବେ । ସେମାନଙ୍କୁ ୬୦ ବର୍ଷ ପରେ ମାସିକ ୩୦୦୦ଟଙ୍କା ମିଳିବ । ପ୍ରଥମ ପାର୍ଯ୍ୟାୟରେ ଏହି ପେନ୍ସନ୍ ଯୋଜନାରେ ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରାଯିବ ।
ପେନ୍ସନ୍ ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ପରେ ସେମାନଙ୍କ ପତିଙ୍କୁ ପେନ୍ସନ୍ ରାଶିର ୫୦ ପ୍ରତିଶତ ଟଙ୍କା ପେନ୍ସନ୍ ଆକାରରେ ବି ମିଳିବ । ଓଡିଶା ବି ଏହାର ଲାଭ ପାଇବ ବୋଲି କହିଛନ୍ତି ସାଂସଦ ତଥା ରାଜ୍ୟ ସଭାପତି ବସନ୍ତ ପଣ୍ଡା ।
ମୋଦି ସରକାର ଦେଶର ସମସ୍ତ ଖୁଚୁରା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ ପେନ୍ସନ୍ ଯୋଜନା ଘୋଷଣା କରାଯାଇଛି । ଏହି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ମିଳିବ । ଯାହାର ବାର୍ଷିକ ବ୍ୟବସାୟିକ କାରବାର ଦେଢ କୋଟିରୁ
କମ୍ ଥିବ ସେମାନେ ଏହି ଯୋଜନାରେ ଲାଭ ପାଇବେ । ଫଳରେ ଦେଶର ୩ କୋଟିରୁ ଅଧିକ କ୍ଷୁଦ୍ର  ବ୍ୟବସାୟୀ ଏଥିରୁ ସିଧାସଳଖ ଭାବେ ଲାଭବାନ୍ ହେବେ ।

ପୂର୍ବରୁ କେନ୍ଦ୍ର ସରକାର ଅଣ ସଂଗଠିତ କ୍ଷେତ୍ରରେ କାର୍ଯରତ ଶ୍ରମିକ ପାଇଁ ମାସିକ ୩ ହଜାର ଟଙ୍କା ପେନ୍ସନ୍ ବ୍ୟବସ୍ଥା କରିଥିଲେ । ପୂର୍ବରୁ କେନ୍ଦ୍ର ସରକାର ଶହୀଦ ହୋଇଥିବା ସେନା,କେନ୍ଦ୍ରୀୟ ସୁରକ୍ଷା ବଳ, ଏବଂ ରେଳବାଇ  ସୁରକ୍ଷା ବଳଙ୍କ ପିଲାମାନଙ୍କୁ ଛାତ୍ରବୃତି ମିଳୁଥିବା ବେଳେ ପ୍ରଥମଥର ଲାଗି ରାଜ୍ୟ ପୋଲିସ ଶହୀଦ ହୋଇଥିବା ପରିବାରର ପିଲାମାନଙ୍କୁ ଛାତ୍ରବୃତି ପ୍ରଦାନ କରାଯିବାର ନିଷ୍ପତି ନିଆଯାଇଛି । ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନରେ ଦିଆଯାଉଥିବା ଛାତ୍ରବୃତି ଅର୍ଥକୁ ବଢାଯାଇ ବାଳକମାନେ ପ୍ରତି ମାସରେ ୨୫୦୦ ଟଙ୍କା ପାଇବେ ଏବଂ ବାଳିକାମାନେ ମାସକୁ ୩୦୦୦ଟଙ୍କା ପାଇବେ । ସେହିପରି ପଶୁପାଳକ ମାନଙ୍କୁ ପ୍ରୋତ୍ସାହନ ଦେବା ସହ ସଂକ୍ରାମକ ରୋଗାକ୍ରାନ୍ତ ପ୍ରାଣୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି ।

ଏଥିପାଇଁ କେନ୍ଦ୍ର ସରକାର ଆଗାମୀ ପାଂଚ ପର୍ଷ ଲାଗି ୧୩୩୪୩ କୋଟି ବଜେଟ୍ ବ୍ୟୟ କରାଯାଇଛି । ପ୍ରାଣୀ ସୁରକ୍ଷା ପାଇଁ ପୂର୍ବରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସହଭାଗିତାରେ ଥିଲା ତାହା ଏବେ କେବଳ  କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଓଡିଶାର ଗୋଚାଷିମାନେ ଏହାର ଲାଭ ପାଇବେ ।

Spread the love