ଓଡ଼ିଶାର ୫୦ ହଜାର ଗାଁରେ ସଭା କରିବ ବିଜେପି, ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପ୍ରସଙ୍ଗ ଅବଗତ କରାଇବ

ଭୁବନେଶ୍ବର: ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପ୍ରସଙ୍ଗକୁ ଗାଁ ଗାଁରେ ପହଞ୍ଚାଇବ ବିଜେପି। ଓଡ଼ିଶାର ୫୦ ହଜାର ଗାଁରେ ଛୋଟ ଛୋଟ ସଭା କରି କ୍ୟାମ୍ପେନ ମୁଡରେ ପ୍ରଚାର କରିବା ପାଇଁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହିଳା ସଂରକ୍ଷଣ ବିଲ ପାରିତ ହେବାକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ଯୋଗ ଦେବା ଅବସରରେ ଏହି ଆହ୍ୱାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ସେ କହିଛନ୍ତି, ଲୋକସଭାରେ  ୮୧ ମହିଳା ଅଛନ୍ତି, ଆଇନ ଲାଗୁ ହେଲେ ୧୮୨କୁ ବଢ଼ିବ, ଓଡ଼ିଶାରେ ୧୮ ଜଣ ବିଧାୟିକା ଅଛନ୍ତି, ୫୦କୁ ବୃଦ୍ଧି ପାଇବ। ଭାରତରେ ୭୦ କୋଟି ମହିଳା। ଯାହାକି ୨ଟି ଆମେରିକାର ଜନସଂଖ୍ୟା ସହ ସମାନ। ଅଢ଼େଇଟି ୟୁରୋପ ସହ ସମାନ। ଆରମ୍ଭ ହେବ ୩୩ ପ୍ରତିଶତ ସଂରକ୍ଷଣ, ମାଆମାନେ ଯିବେ ଦିଲ୍ଲୀ। ବିବେକପୂର୍ଣ୍ଣ ନିର୍ଣ୍ଣୟ ମହିଳା ଓ ମା’ମାନେ କରନ୍ତି। ଏହା ପବିତ୍ର ଦୁର୍ଗାପୂଜା ଅବସରରେ ମୋଦୀ ସରକାରଙ୍କ ବଡ଼ ଉପହାର। ଏଥିସହ ମହିଳା ସଂରକ୍ଷଣ ବିଲ୍ ପାରିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Spread the love