ସାମ୍ବାଦିକଙ୍କୁ BJP କର୍ମୀଙ୍କ ଆକ୍ରମଣ

ଦେବଗଡ: ବିଜେପିର ଦେବଗଡ ବିଧାୟକ ଗିରଫ ହେବା ପରେ ଏବେ ବିଜେପି କର୍ମୀ ମଧ୍ୟ ହିଂସାତ୍ମକ ରାସ୍ତା ଧରିଛନ୍ତି। ବିଧାୟକଙ୍କ ଗିରଫ ପ୍ରତିବାଦରେ ଆଜି ଦେବଗଡ ବିଜେପି ବନ୍ଦ ଡାକରା ଦେଇଥିଲା। ଏହି ବନ୍ଦ ଡାକରାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା। ଖବର ସଂଗ୍ରହ ପାଇଁ ନନ୍ଦିଘୋଷ ଟିଭିର ସାମ୍ବାଦିକ ବ୍ରିଜେଶ ସାହୁ ଯାଇଥିବାବେଳେ ତାଙ୍କ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଛନ୍ତି। ସାମ୍ବାଦିକଙ୍କୁ ବିଜେପି କର୍ମୀ ଆକ୍ରମଣ କରିବା ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଛି। ଭୋକ ବିକଳରେ ତାଟିଆ କାମୁଡିବା ନ୍ୟାୟରେ ବନ୍ଦ ବିଫଳ ହେବା ଫଳରେ ବିଜେପି କର୍ମୀମାନେ ହିତାହିତ ଜ୍ଞାନ ହରାଇ ଏଭଳି କରିଥିବା ଚର୍ଚ୍ଚା ହେଉଛି।

Spread the love