7ରେ ଓପିଏସସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେପି ଯୁବମୋର୍ଚ୍ଚା

ଆସନ୍ତା 20 ରେ ହେବାକୁ ଥିବା ଏଏସଓ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ପରୀକ୍ଷାର୍ଥୀ ଚାହୁଁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହାର ପ୍ରତିବାଦରେ ଆସନ୍ତା 7ରେ ବିଜେପି ଯୁବମୋର୍ଚ୍ଚା ଓପିଏସସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି । ଜାନୁଆରୀ 20ରେ ରେଳବାଇ ପରୀକ୍ଷା ଓ ଅନ୍ୟଏକ ସର୍ବଭାରତୀୟ ପରୀକ୍ଷା ଥିବାରୁ ସେହିଦିନ ଏଏସଓ ପରୀକ୍ଷା ଥିବାରୁ ଅନେକ ପରୀକ୍ଷାର୍ଥୀ ଏଥିରୁ ବଞ୍ଚିତ ହେବେ  । ତେଣୁ ଏହି ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ଆଶାୟୀ ପରୀକ୍ଷାର୍ଥୀ ଦାବି କରିଆସୁଛନ୍ତି ।

Spread the love