ମେଣ୍ଟକୁ ନେଇ ଚର୍ଚ୍ଚା ଭିତରେ ଦିଲ୍ଲୀରେ ବିଜେପିର ବୈଠକ

ଦିଲ୍ଲୀରେ ଆରମ୍ଭ ହେଲା ବିଜେପିର ବୈଠକ । କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଓଡିଶା ବିଜେପିର ନେତାମାନେ ଆଲୋଚନା କରୁଛନ୍ତି । ତେବେ ଓଡିଶାରେ ବିଜେଡି ସହ ବିଜେପିର ମେଣ୍ଟ ନେଇ ଏହି ବୈଠକରେ ଆଲୋଚନା ହେଇପାରେ ବୋଲି ସୂଚନା ମିଳୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଯେଉଁଥିରେ ରାଜ୍ୟ ବିଜେପିର ଅନେକ ନେତା ସାମିଲ ହେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ହେଇଛନ୍ତି । କେନ୍ଦ୍ରୀୟ ନେତୃତ୍ୱଙ୍କ ଭିତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ବୈଠକରେ ସାମିଲ ହେଇଛନ୍ତି । ଏହି ବୈଠକ ପରେ ମେଣ୍ଟ ଚର୍ଚ୍ଚାକୁ ନେଇ ସ୍ପଷ୍ଟ ସୂଚନା ଆସିପାରେ ।

Spread the love