ବିଜେପିର ନୂତନ ଟିମ୍ ଘୋଷିତ: ନଡ୍ଡାଙ୍କ ଦଳରେ ୪ ଓଡିଆ, ଅପରାଜିତ ଷଡଙ୍ଗୀ ରାଷ୍ଟ୍ରୀୟ ପ୍ରବକ୍ତା

ନୂଆଦିଲ୍ଲୀ, ୨୬/୦୯: ବିଜେପି ଆଜି  ତା’ର ପଦାଧିକାରୀଙ୍କ ନୂତନ ଟିମ୍ ଘୋଷଣା କରିଛି। ପାର୍ଟି ସଭାପତି ଜଗତ ପ୍ରକାଶ ନଡ୍ଡା ଏହି ଘୋଷଣା କରିଛନ୍ତି। ଏଥର ବିଜେପିର ନୂତନ ଟିମ୍‌ରେ ସମସ୍ତ ରାଜ୍ୟର ଯୁବକ ଓ ମହିଳାଙ୍କୁ ସୁଯୋଗ ଦିଆଯାଇଛି। ଏଥିରେ ଡାକ୍ଟର ରମଣ ସିହ, ମୁକୁଲ ରୟ, ଅନ୍ନପୂର୍ଣ୍ଣା ଦେବୀ, ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି।

ନଡ୍ଡାଙ୍କ ଟିମ୍‌ରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକ, ୧୩ ରାଷ୍ଟ୍ରୀୟ ସଂପାଦକ ରହିଛନ୍ତି। ନଡ୍ଡାଙ୍କ ଟିମ୍‌ରେ ୪ ଓଡିଆଙ୍କୁ ସ୍ଥାନ ମିଳିଛି। ଘୋଷିତ ୨୩ ଜଣିଆ ରାଷ୍ଟ୍ରୀୟ ପ୍ରବକ୍ତା ଓଡିଶାର ସମ୍ବିତ ପାତ୍ର ପୂର୍ବଭଳି ନିଜ ଦାୟିତ୍ଵରେ ଥିବାବେଳେ ଭୁବନେଶ୍ଵର ସାଂସଦ ଅପରାଜିତ ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ମଧ୍ୟରେ ସ୍ଥାନ ମିଳିଛି। ଘୋଷିତ ୧୩ ରାଷ୍ଟ୍ରୀୟ ସଂପାଦକ ମଧ୍ୟରେ ଓଡିଶାର ମୟୂରଭଞ୍ଜ ସାଂସଦ ବିଶେଶ୍ଵର ଟୁଡୁ ରହିଛନ୍ତି।

ଯୁବ ସାଂସଦ ତେଜସ୍ଵୀ ସୂର୍ଯ୍ୟାଙ୍କୁ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ କରାଯାଇଛି। ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ରାମ ମାଧବ, ପି ମୁରଲୀଧର ରାଓ, ଅନିଲ ଜୈନ ଓ ସୁରଜ ପାଣ୍ଡେଙ୍କ ସ୍ଥାନରେ ନୂତନ ଚେହେରାଙ୍କୁ ସୁଯୋଗ ଦେଇଛି। ସେମାନଙ୍କ ସ୍ଥାନରେ ଆଠ ସାଧାରଣ ସଂପାଦକଙ୍କୁ ନିଯୁକ୍ତ କରାଯାଇଛି।

ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଡକ୍ଟର ରମଣ ସିଂହ, ବିଧାୟକ- ଛତିଶଗଡ

ବସୁନ୍ଧରା ରାଜେ ସିନ୍ଧିଆ, ବିଧାୟକ- ରାଜସ୍ଥାନ

ରାଧାମୋହନ ସିଂହ, ସାଂସଦ- ବିହାର

ବୈଜୟନ୍ତ ପଣ୍ଡା- ଓଡିଶା

ରଘୁବର ଦାସ- ଝାଡଖଣ୍ଡ

ମୁକୁଲ ରୟ- ପଶ୍ଚିମବଙ୍ଗ

ରେଖା ବର୍ମା, ସାଂସଦ- ଉତ୍ତର ପ୍ରଦେଶ

ଅନ୍ନପୂର୍ଣ୍ଣା ଦେବୀ, ସାଂସଦ- ଝାଡଖଣ୍ଡ

ଡ. ଭାରତୀୟ ବେନ ଶିୟାଲ, ସାଂସଦ- ଗୁଜରାଟ

ଡିକେ ଅରୂପା- ତେଲେଙ୍ଗାନା

ଏମ ଚୌବା ଏଓ- ନାଗାଲାଣ୍ଡ

ଅବଦୁଲ୍ଲା କୁଟ୍ଟି- କେରଳ

୮ ସାଧାରଣ ସଂପାଦକ

ଭୂପେନ୍ଦ୍ର ଯାଦବ, ଅରୁଣ ସିଂହ, କୈଳାସ ବିଜୟବର୍ଗୀୟ, ଦୁଷ୍ୟନ୍ତ ଗୌତମ, ଡି. ପୁରନ୍ଦେଶ୍ଵରୀ, ସିଟି ରବି, ତରୁଣ ଚୁଗ, ଦିଲ୍ଲୀପ ସାଇକିଆଙ୍କୁ ସାଧାରଣ ସଂପାଦକ ଦାୟିତ୍ଵ ଦିଆଯାଇଛି। ବିଏଲ ସନ୍ତୋଷଙ୍କୁ ଗୁରୁତ୍ଵପୂର୍ଣ୍ନ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି।

ସହ ସଂଗଠନ ମହାମନ୍ତ୍ରୀ

ବି ସତିଶ, ସୌଦାନ ସିଂହ, ଶିବ ପ୍ରକାଶଙ୍କୁ ସହ ସଂଗଠନ ମହାମନ୍ତ୍ରୀ ଦାୟିତ୍ଵ ଦିଆଯାଇଛି।

Spread the love