ରାଜ୍ୟରେ ରକ୍ତ ଅଭାବ ପୁରଣ କରିବାରେ ଲାଗିଛି ଯୁବମୋର୍ଚ୍ଚା

ଭୁବନେଶ୍ୱର : ଅନ୍ୟପଟେ ବୈଶ୍ୱିକ ମହାମାରୀ କରୋନା ଭୂତାଣୁଜନିତ ଲକ୍‌ଡାଉନ୍ କାରଣରୁ  ଜୀବନଯାପନ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । କଟକଣା ଲାଗୁ ହୋଇଥିବା କାରଣରୁ ସାଧାରଣ ଲୋକଟି ପଦାକୁ ଯିବାରେ ବହୁ ଅସୁବିଧା ହେଉଛି । ଏହାର ପ୍ରଭାବ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳୁଛି । ବିଶେଷ କରି ସ୍ୱାସ୍ଥ୍ୟସେବାରେ  ଅତ୍ୟାବଶ୍ୟକ ରକ୍ତର ଡାକ୍ତରଖାନାମାନଙ୍କରେ ବହୁତ ଅଭାବ ପରିଲକ୍ଷିତ ହେଉଛି ।

ଦେଶର ସାଂପ୍ରତିକ ପରିସ୍ଥିତିରେ ଏହି ସମସ୍ୟାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଦେଶର ଯୁବକମାନେ ନିଜ ଆଡୁ
ଆଗେଇ ଆସି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଭାରତୀୟ ଜନତା ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ପୁନମ
ମହାଜନ ସାଧାରଣରେ ଆହ୍ୱାନ ଦେଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚାର  କାର୍ଯ୍ୟକର୍ତାମାନେ ଏହି ଆହ୍ୱାନକୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରି ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତାକୁ ପାଳନ କରି ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି । ଏହି ରକ୍ତଦାନ ଶିବିର ମାଧ୍ୟମରେ ୩୦୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଛି ।

ଯୁବମୋର୍ଚ୍ଚା ତରଫରୁ ରାଜ୍ୟରେ ଏକ ହେଲ୍ପ ଲାଇନ ନମ୍ବର ୭୮୭୮୬୯୨୦୨୦ ଖୋଲାଯାଇ ଏହି ମହାନ  କାର୍ଯ୍ୟକ୍ରମରେ ଯୋଡି ହେବା ପାଇଁ ଅନୁରୋଧ କରାଯାଇଛି । ପ୍ରଥମ ଦିନରେ ହିଁ ୭୦ରୁ ଅଧିକ ଯୁବକ ନିଜ ଆଡୁ ଫୋନ କରି  ରକ୍ତଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ଏହି ରକ୍ତଦାନ କାର୍ଯ୍ୟକ୍ରମରେ  ନିଜେ ଯୋଡି ହେବା ସହ ରାଜ୍ୟର ଯୁବ ଶକ୍ତିଙ୍କୁ ମଧ୍ୟ ସାମିଲ ହେବା ପାଇଁ ପ୍ରେରିତ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି।

Spread the love