ଘନ ଓ କଳା କେଶ ପାଇଁ ଖାଆନ୍ତୁ ଏହି ଖାଦ୍ୟ

ପ୍ରତ୍ୟେକ ନାରୀ ସେ ଝିଅ ହେଉ ଅବା ମହିଳା ସମସ୍ତେ କଳା ଘନ ଓ ରେଶମୀ କେଶ ବେଶ ପସନ୍ଦ। ତେବେ ଏଥିପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟକୁ ଖାଦ୍ୟରେ ସାମିଲ କରିବା ଉଚିତ।ଯଥା –

ପାଳଙ୍ଗରେ ଥିବା ବିଭିନ୍ନ ପୋଷକ ତତ୍ତ୍ୱ କେଶକୁ ମଜଭୂତ କରିବା ସହ କଳା ରଖିଥାଏ।

ଏକ ଅଧ୍ୟୟନ ଅନୁଯାୟୀ, ଜାମୁକୋଳି ଖାଇବା ଦ୍ୱାରା କେଶ ମଜଭୂତ ରଖିବା ସହ ଧଳା ହେବାରୁ ମଧ୍ୟ ରକ୍ଷା କରିଥାଏ।

କ୍ଷୀର ପିଇବା ଦ୍ୱାରା ମଧ୍ୟ କେଶ ସୁସ୍ଥ ରଖିବା ସହ କଳା ହୋଇଥାଏ।

ବାଦାମ,ପିସ୍ତା ବାଦାମରେ ଭିଟାମିନ ଏ, ଭିଟାମିନ ବି ଓ ଜିଙ୍କର ମାତ୍ରା ଅଧିକ ଥାଏ। ଯାହା କେଶର ଅନେକ ସମସ୍ୟା ଦୂର କରିବା ସହ କେଶ ପାଇଁ ଖୁବ ଉପକାରୀ।

ଦହି ସେବନ କରିବା ଦ୍ୱାରା ଏଥିରେ ଥିବା ଭିଟାମିନ ବି-୧୨ ଓ ଅନ୍ୟ ପୋଷକ ତତ୍ତ୍ୱ କେଶକୁ ଘନ, କଳା ଓ ରେଶମୀ କରିଥାଏ।

ମାଛ ଖାଇବା ମଧ୍ୟ କେଶ ପାଇଁ ଉପକାରୀ।
ଭିଟାମିନ ବି-୧୨ର ପ୍ରମୁଖ ସ୍ରୋତ ମଧ୍ୟରୁ ଅଣ୍ଡା ଗୋଟିଏ। ଏହାର ସେବନ କେଶ ପାଇଁ ଖୁବ ଉପକାରୀ।

Spread the love