‌ଉଲଗ୍ନ ଭିଡିଓ କଲିଂରୁ ଆରମ୍ଭ, ବ୍ଲାକମେଲିଂରେ ଶେଷ

ରାଉରକେଲା: ଉଲଗ୍ନ ଫଟୋ/ଭିଡିଓ ରେକର୍ଡକରି ବ୍ଲାକ୍‌ମେଲିଂ କରୁଥିବା ମହିଳା ଦଳଙ୍କ ହାବୁଡ଼ରେ ପଡ଼ିଯାଇଛନ୍ତି ରାଜଗାଙ୍ଗପୁର ଅଞ୍ଚଳର ଜଣେ ଉଚ୍ଚ ଶିକ୍ଷିତ ଯୁବକ। ଏହି ମହିଳା ଠକ ଦଳ ଟଙ୍କା ଦାବି କରବାସହ ନଗ୍ନ ଫଟୋ/ଭିଡିଓ ଭାଇରାଲ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗକାରୀ ନିଜର ଏତଲା ଡାକ ଯୋଗେ ରାଉରକେଲା ସାଇବର୍‌ ପଠାଇଥିବା କହିଛନ୍ତି।

ରାଜଗାଙ୍ଗପୁର ଅଞ୍ଚଳର ଏହି ଅଭିଯୋଗକାରୀ(୩୫) ସଂପ୍ରତି ମୁମ୍ବାଇରେ ଏକ ମେଡିକାଲ କଲେଜରେ ପ୍ରଶାସନିକ ଅଧିକାରୀଭାବେ କାର୍ଯ୍ୟରତ। ଗତ ଅଗଷ୍ଟ ୨୦ ତାରିଖର ଘଟଣା। ଯୁବକ ଜଣକ ମୁମମ୍ବାଇରେ ଥିବାବେଳେ ଫେସ୍‌ବୁକ୍‌ ମେସେଞ୍ଜର୍‌‌ରେ ଜଣେ ଯୁବତୀଙ୍କ ଏକ ବାର୍ତ୍ତା ଆସିଥିଲା। ପରେ ଉଭୟ ଯୁବକ ଓ ଯୁବତୀ ଜଣକ କିଛି ସମୟ ମେସେଜ୍‌ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ। ଉକ୍ତ ଦିନ ସନ୍ଧ୍ୟାରେ ଉଭୟେ ଫୋନ୍‌ ନମ୍ବର ଦିଆନିଆ ହେବାପରେ ଫୋନ୍‌ରେ ବାର୍ତ୍ତାଲାପ କରିଥିଲେ। ତା’ ପରଦିନ, ଅର୍ଥାତ୍‌ ଅଗଷ୍ଟ ୨୧ ତାରିଖରେ ଯୁବତୀ ଜଣକ ହ୍ବାଟ୍‌ସଆପ୍‌ ଭିଡିଓକଲିଂ କରି ପ୍ରେମ ନିବେଦନ କରିବାସହ ବିବାହ ପାଇଁ ଜିଦ୍‌ କରିଥିଲେ। ଏମିତିକି ଯୁବତୀ ଜଣକ ଉଲଂଗ୍ନ ହେବାକୁ ନିବେଦନ କରିବାରୁ ଯୁବକ ଜଣ ମିଛ ପ୍ରତିଶ୍ରୁତିକୁ ଭରସା କରି ତାଙ୍କ କଥାରେ ହଁ ଭରିଥିଲେ। ତେବେ ଉକ୍ତ ସମୟର ସମସ୍ତ ଫଟୋ ଓ ଭିଡିଓକୁ ରେକର୍ଡ କରିନେଇଥିଲା ଯୁବତୀ। ସନ୍ଧ୍ୟା ହେବାମାତ୍ରେ ବ୍ଲା‌କମେଲିଂ ଆରମ୍ଭ ହୋଇଯାଇଥିଲା। ଯୁବତୀ ଜଣକ ଦୁଇଟି ମୋବାଇଲ୍‌ ନମ୍ବର(୯୦୪୭୫୨୪୭୯୮ ଓ ୯୭୭୨୯୩୦୭୮୨)ରେ କଲ୍‌ କରି ପ୍ରଥମେ ୧୦ ହଜାର ଓ ପରେ ୧ କୋଟି ଟଙ୍କା ଦାବି କରିଥିଲେ। ତେବେ ଯୁବକ ଜଣକ ଟଙ୍କା ଦେବାକୁ ମନା କରିବାରୁ ଉକ୍ତ ଯୁବତୀ ଫେସ୍‌ବୁକରେ ନଗ୍ନ ଫଟୋ, ଭିଡିଓକୁ ଭାଇରାଲ୍‌ କରିଦେଇଥିଲେ। ଏମିତିକି ଯୁବକଙ୍କ ଫେସ୍‌ବୁକ ବନ୍ଧୁମାନଙ୍କୁ ପଠାଇ‌ଥିଲେ। ସଂପ୍ରତି ୧ ଲକ୍ଷ ଟଙ୍କା ଦେବାକୁ ବ୍ଲାକମେଲିଂ କରୁଛନ୍ତି। ଏହି ରୢାକେଟ୍‌ରେ ୨ ଜଣ ଯୁବକ ଓ ୨ ଜଣ ଯୁବତୀ ଅଛନ୍ତି। ସେମାନେ ପାଳି କରି ଫୋନ୍‌ ମାଧ୍ୟମରେ ବ୍ଲାକମେଲିଂ କରୁଥିବା ଅଭିଯୋଗକାରୀ ସୂଚନା ଦେଇଛନ୍ତି।

Spread the love