ବଜାରକୁ ଆସିଛି କଳା ଗହମ, ସୁସ୍ଥ ଜୀବନଶୈଳୀ ପାଇଁ ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରନ୍ତୁୁ

ଉତ୍ତମ ଖାଦ୍ୟ ହିଁ ଉତ୍ତମ ସ୍ୱାସ୍ଥ୍ୟର ମାଧ୍ୟମ। ତେବେ ଆପଣ ଦୈନିକ କେତେ ମାତ୍ରାରେ ଆଉ କଣ ଖାଉଛନ୍ତି ତାହା ଜାଣିବା ମଧ୍ୟ ବେଶି ଗୁରୁତ୍ୱପୂର୍ଣ୍ଣ। ଭାତ ସହ ଅନ୍ୟ ସବୁଜ ପନିପରିବା ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ । ଏହାସହ ଦରକାର ପଡ଼ିଥାଏ ବିଭିନ୍ନ ପ୍ରକାର ଫଳ ମୂଳ। ତେବେ ଭାରତୀୟଙ୍କ ଖାଇବାରେ ତ ଅନେକ ଭିନ୍ନତା ଦେଖିବାକୁ ମିଳେ। କେଉଁଠି ରୁଟି ତ ଅନ୍ୟ କେଉଁଠି ଭାତ। ଆମ ଓଡ଼ିଶାରେ ଭାତକୁ ବେଶି ପସନ୍ଦ କରିଥାନ୍ତି। କିନ୍ତୁ ରୁଟି ମଧ୍ୟ ଆମ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ତେବେ ଅନେକ ଗହମକୁ ଗୁଣ୍ଡ କରି ରୁଟି କରି ଖାଆନ୍ତି। କିନ୍ତୁ ଆଜି ଆମେ ଯେଉଁ ଖାଦ୍ୟ ସମ୍ପର୍କରେ ତାହାକଳା ଗହମ ସମ୍ପର୍କରେ ଅଛି। କୃଷ୍ଟି ବିଜ୍ଞାନ ତଥା ବାୟୋଟେକ୍ନୋଲୋଜିର ପ୍ରଗତି ଏବେ ଏତେ ବୃଦ୍ଧି ହେଲାଣି ଯେ ବାଜରକୁ ବିଭିନ୍ନ ରକମର ଆପଣ ପରିବା ଦେଖିବାକୁ ପାଉଛନ୍ତି। ବାଇଗଣୀ ବନ୍ଧା ବା ପତ୍ର କୋବି , କଳା ଚାଉଳ, ହାଇବ୍ରିଡ ପରିବା ଯାହାକି ଶରୀରକୁ ଅନ୍ୟ ସାଧାରଣ ପରିବା ଠୁ ଅଧିକ ଫାଇଦା ଦେଇଥାଏ। ଆପଣ ଗହମ କୁ ବି ଦେଖିଥିବେ ଆଉ ଖାଇଥିବେ ମଧ୍ୟ। ତେବେ କଳା ଗହମ ସମ୍ପର୍କରେ ଆପଣ କେବେ ଶୁଣିଛନ୍ତି କି? ଆପଣ ଜାଣି ରଖନ୍ତୁ ଯେ ଏହା କୌଣସି ସାଧାରଣ ଗହମ ନୁହେଁ। କାରଣ ଏଥିରୁ ଅଧିକ ଫାଇଦା ମିଳିଥାଏ। କଳା ଗହମରେ ଏଥୋସାଏନିନ୍‌ ପିଗମେଣ୍ଟ କାରଣରୁ ଏହାର ରଙ୍ଗ କଳା ହୋଇଥାଏ।

ସାଧାରଣ ଗହମରେ ଏଥୋସାଏନିନ୍‌ ମାତ୍ରା ୫ପିିପଏମ ଥାଏ। ଯେବେ କି କଳା ଗହମରେ ଏହା ୧୦୦ ରୁ ୨୦୦ ପର୍ଯ୍ୟନ୍ତ ଥାଏ। ଏହା ଦେହ ପାଇଁ ବହୁତ ଭଲ ହୋଇଥାଏ। ହାର୍ଟ ସମ୍ବନ୍ଧୀୟ ରୋଗ, ମଧୁମେହ, କ୍ୟାନସର ଆଦି ସମସ୍ୟାକୁ କମାଇଦିଏ। କଳା ଗହମରେ ସାଧାରଣ ଗହମ ତୁଳନାରେ ୬୦ % ଅଧିକ ଆଇରନ ମିିଳିଥାଏ।

ଏବେ ଜାଣନ୍ତୁ ଫାଇଦା:
କଳା ଗହମ ଖାଇବା ଦ୍ୱାରା ହାର୍ଟ ଆଟାକ, ମଧୁମେହ, ମୋଟାପା, ସମେତ ଅନ୍ୟାନ୍ୟ ରୋଗ ର ପ୍ରଭାବ ଓ ମାତ୍ରା କମିଯାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଛି। ଏଥିରେ ଜିଙ୍କ ମଧ୍ୟ ଅଛି। ଏହାକୁ ଖାଇବା ଦ୍ୱାରା ଶରୀରରେ ଇମ୍ୟୁନିଟି ବଢ଼ିଥାଏ।

ଶୀତ ଦିନ ଏବେ ଆସି ସାରିଛି। ଏମିତିରେ ଆଣ୍ଠୁ ଗଣ୍ଠି ଦରଜ ହେବା ଆରମ୍ଭ ହୋଇଥାଏ। ହେଲ୍ଥ ଏକ୍ସପର୍ଟଙ୍କ ମୁତାବିକ ଏଥିରେ ଔଷଧିୟ ଗୁଣ ରହିଛି ଯାହାକି ଜଏଣ୍ଟ ପେନ ପାଇଁ ରାମବାଣ ହୋଇଥାଏ। ଏହା ଏନିମିଆ ଓ ରକ୍ତ ଅଭାବକୁ ଦୂର କରିଥାଏ। ଏବେ ବଜାରରେ ଏହି ଗହମର ଡିମାଣ୍ଡ ମଧ୍ୟ ବଢ଼ିଯାଇଛି।

ଏହାକୁ କଳା ସୁନା କୁହାଯାଉଛି। ବଜାରରେ ଏହାର ଦାମ ସାଧାରଣ ଗହମଠାରୁ ୩ ରୁ ୪ ଗୁଣା ଅଧିକ ରହିଛି। ଅକ୍ଟୋବର ତଥା ନଭେମ୍ବରରେ ଏହାକୁ ଖାଇଥାନ୍ତି। ଏହାକୁ କମ ସ୍ଥାନରେ ଚାଷ କରାଯାଏ। ତେଣୁ ଲାଭ ମଧ୍ୟ କମ ଆସିଥାଏ। ତେବେ ଆପଣ ସମେସ୍ତ ନର୍ମାଲ ଅଟାରୁ ରୁଟି ତ ଖାଇଥିବେ କିନ୍ତୁ ଏଥର କଳା ଗହମରେ ପ୍ରସ୍ତୁତ ରୁଟିକୁ ଖାଆନ୍ତୁ। ଏହାଦ୍ୱାରା ଆପଣ ସୁସ୍ଥ ରହିବେ।

Spread the love