ଜାମୁକୋଳିର ଉପକାରିତା

ଏହି ସମୟରେ ବିଶେଷ କରି ଗାଁ ମାନଙ୍କରେ ଜାମୁକୋଳି ଅଧିକ ଦେଖାଯାଏ।କିନ୍ତୁ ଆପଣମାନେ ଜାଣିଛନ୍ତି କି ଜାମୁକୋଳିରେ ଭିଟାମିନ୍‌ ସି ଏବଂ ଆଇରନ୍‌ର କିଛି ମାତ୍ରା ରହୁଥିବାରୁ ଏହା ଶରୀରରେ ହିମୋଗ୍ଲୋବିନର ସ୍ତରକୁ ବଢାଇବାରେ ବେଶ୍‌ ସହାୟକ ହୋଇଥାଏ।

ସେହିପରି ଜାମୁକୋଳି ଖାଇବାଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇବା ସଙ୍ଗେସଙ୍ଗେ କୋଷ୍ଠକାଠିନ୍ୟ ତଥା ଡାଇରିଆ ସମସ୍ୟାରୁ ବି ଅନେକାଂଶରେ ଉପଶମ ମିଳିଥାଏ।

ଜାମୁକୋଳି ଖାଇଲେ ତ୍ୱଚାରେ ଚମକ ବି ଆସିଥାଏ। ତା’ସାଙ୍ଗକୁ ମୁଖବ୍ରଣ ମଧ୍ୟ ଦୂର ହୋଇଥାଏ।

ଶରୀରରେ କୋଲେଷ୍ଟେରଲ୍‌ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ଜାମୁକୋଳି ବେଶ୍‌ ସହାୟକ ହୋଇଥାଏ।

ସେହିପରି କୁହାଯାଏ, ଜାମୁକୋଳିରେ ଏପରି କିଛି ଗୁଣକାରୀ ତତ୍ତ୍ୱ ରହିଛି; ଯଦ୍ଦ୍ବାରା ଏହାକୁ ଟାଇପ୍‌-୨ ଡାଇବେଟିସ୍‌ ହୋଇଥିବା ରୋଗୀ ଖାଇଲେ ଅନେକ ଉପକାର ପାଇପାରିବେ।

ଏହାଛଡ଼ା ଉଚ୍ଚ ରକ୍ତଚାପ, ହୃଦୟ ରୋଗ ତଥା ଷ୍ଟ୍ରୋକ୍‌ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜାମୁକୋଳି ଖାଇବା ବେଶ୍‌ ଉପକାରୀ ହୋଇଥାଏ।

Spread the love