ବ୍ଲାକ୍ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୯ ମୃତ
ଆମେରିକାର ଦୁଇଟି ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର ବ୍ଲାକ ହକ୍ ଦୁର୍ଘଟଣାଗ୍ରସ୍ତ । ଆମେରିକାରେ କେଣ୍ଟୁକିରେ ଏହି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଆମେରିକାର ସ୍ଥାନୀୟ ଗଣମାଧ୍ୟମ ଏହି ସୂଚନା ଦେଇଛି । ସୂଚନା ଅନୁସାରେ, ବ୍ଲାକ ହକ୍ ଫ୍ରଣ୍ଟ ଲାଇନ ୟୁଟିଲିଟ ହେଲିକପ୍ଟର । ଯାହାକୁ ଆମେରିକା ଭିଏତନାମା ଯୁଦ୍ଧ ସମୟରେ ପ୍ରସ୍ତୁତ କରାଯାଇଥିଲା । ଏହା ବିଶ୍ୱର ଅନେକ ଦେଶର ସ୍ପେଶାଲ ଫୋର୍ସରେ ବ୍ୟବହାର କରାଯାଉଛି । ଏହି ହେଲିକପ୍ଟର କୌଣସି ଗୁପ୍ତ ମିଶନକୁ ସଫଳ କରିବା ପାଇଁ ବ୍ୟବହାର କରାଯାଏ । ବ୍ଲାକ ହକ୍ ରେଞ୍ଜ ୧,୩୮୧ ମାଇଲ ପର୍ଯ୍ୟନ୍ତ ରହିଛି। ଥରେ ଇନ୍ଧନ ଫୁଲ୍ କରିବା ଦ୍ୱାରା ଅନେକ ଦୂର ଯାଇପାରେ ଏହି ହେଲିକପ୍ଟର । ଏଥିରେ ୮ ହଜାର ପାଉଣ୍ଡ ଓଜନର ଜିନିଷ ମଧ୍ୟ ଯାଇପାରେ । ଏହି ହେଲିକପ୍ଟରରେ ଅନେକ ବନ୍ଧୁକ ଫିଟ୍ ହୋଇପାରେ, ଯାହା ବହୁତ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ । ରାତିରେ ମଧ୍ୟ ଏହି ହେଲିକପ୍ଟରର ବ୍ୟବହାର କରାଯାଇପାରେ ।
ଦୁନିଆର ସବୁଠୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓମାସା ବିନ୍ ଲାଡେନକୁ ମାରିବା ପାଇଁ ବ୍ଲାକ ହକ୍ ବ୍ୟବହାର କରାଯାଇଥିଲା । ୨୦୧୧ରେ ମଇ ୨ ତାରିଖରେ ରାତିରେ ଆମେରିକାରୁ ଆଫଗାନିସ୍ତାନ ଏହି ହେଲିକପ୍ଟର ଉଡାଣ ଭରିଥିଲା । ଆଉ ପାକିସ୍ତାନର ଏବଟାବାଦକୁ ଯାଇ ଓସାମା ବିନ୍ ଲାଡେନର ଘର ଉପରେ ଆକ୍ରମଣ କରିଥିଲା । ସେତେବେଳେ ମଧ୍ୟ ଗୋଟିଏ ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।