ଯୁବତୀଙ୍କୁ ଦୁର୍ବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗ: ବିଏମ୍‌ସି ଡେପୁଟି କମିଶନର ଥାନାରେ ଅଟକ

ବିଏମ୍‌ସି ଡେପୁଟି କମିଶନର ଥାନାରେ ଅଟକ। ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ଓ ବ୍ଲାକମେଲିଂ ଅଭିଯୋଗରେ ବିଏମ୍‌ସି ଡେପୁଟି କମିଶନର ଯୋଗେଶ୍ୱର ନାୟକଙ୍କୁ ଲିଙ୍ଗରାଜ ଥାନାରେ ଅଟକ ରଖାଯାଇଛି। ଅଟକ ରଖିବା ପରେ ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ ଯୋଗେଶ୍ୱରଙ୍କ ପାଲଟା ଅଭିଯୋଗ ଆଣିଛନ୍ତି। ଯୁବତୀ ଜଣଙ୍କ ତାଙ୍କ ନିକଟରୁ ୪ ଲକ୍ଷ ଟଙ୍କା ନେଇ ତାଙ୍କୁ ଫେରାଉନଥିଲେ।

ଟଙ୍କା ମାଗିବାରୁ ଜାଣିଶୁଣି ଫସାଇ ଦେଇଥିବା ଯୋଗେଶ୍ୱର ଅଭିଯୋଗ କରିଛନ୍ତି। ସେପଟେ ଯୁବତୀଙ୍କ ଅଭିଯୋଗ ଅନୁସାରେ ବ୍ୟକ୍ତି ଜଣଙ୍କ ତାଙ୍କୁ ଏକ ଆଲବମ୍‌ ଅଫର କରିଥିଲେ। ଏଥିପାଇଁ ତାଙ୍କ ସହିତ ରାତ୍ରୀଯାପନ କରିବାକୁ ମଧ୍ୟ କହିଥିଲେ। ଯୁବତୀ ଜଣଙ୍କ ଏହାକୁ ବିରୋଧ କରିବାରୁ ତାଙ୍କ ଘରେ ପସି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଧମକାଇଥିବା ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତେବେ ତମାମ ମାମଲାକୁ ନେଇ ତଦନ୍ତ ଚଳାଇଛି ପୁଲିସ।

Spread the love