ବେକର କଳାପଣ ଦୂର ପାଇଁ ଆପଣାନ୍ତୁ ଏହି ଉପାୟ

 ତ୍ୱଚାକୁ ସୁନ୍ଦର କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି କିନ୍ତୁ ବେକର ତ୍ୱଚା ବେଳେବେଳେ ଅତ୍ୟଧିକ କଳା ପଡିିିିଯାଇଥାଏ, ଏହାଫଳରେ ସୌନ୍ଦର୍ଯ୍ୟ ଫିକା ପଡ଼ିଯାଏ। ତେଣୁ ବେକର କଳାପଣ ଦୂରକରିବା ପାଇଁ ଜାଣିରଖନ୍ତୁ କିଛି ଘରୋଇ ଉପାୟ।

ବେସନ ସହ ଲେମ୍ବୁ ମିଶାଇ ଲଗାଇଲେ ବେକର କଳାଦାଗ ଦୂର ହୋଇପାରିବ। ଏଥିପାଇଁ ଏକ ଚାମଚ ବେସନ ସହିତ ଏକ ଚାମଚ ଲେମ୍ବୁରସ ମିଶାଇ ବେକରେ ଲଗାଇ ୧୫ ମିନିଟ୍‌ ପରେ ସ୍କ୍ରବ୍‌ କରି ଧୋଇଦିଅନ୍ତୁ। ପ୍ରତିଦିନ ଏପରି କରିବା ଫଳରେ ଧୀରେ ଧୀରେ କଳାପଣ ଦୂର ହୋଇଯିବ।

ଏକ ଚାମଚ ଲେମ୍ବୁରସ ସହିତ ଏକ ଚାମଚ ମହୁ ମିଶାଇ ଏହାକୁ ବେକରେ ଲଗାନ୍ତୁ। କିଛି ସମୟ ପରେ ଏହାକୁ ଓଦା କପଡ଼ାରେ ଘଷି ଧୋଇଦିଅନ୍ତୁ।ଏହାଦ୍ୱାରା ବେକର କଳାପଣ ଦୂର ହୋଇଥାଏ।

କଞ୍ଚା ଅମୃତଭଣ୍ଡାକୁ ପେଷ୍ଟକରି ସେଥିରେ କିଛି ଦହି ଓ ଗୋଲାପଜଳ ମିଶାନ୍ତୁ। ଏହି ପେଷ୍ଟକୁ ବେକରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଶୁଖିଗଲାପରେ ଏହାକୁ ଧୋଇ ଦିଅନ୍ତୁ।ଏହା ଫଳରେ ବେକର କଳାପଣ ଦୂର ହୋଇଥାଏ।

ଏକ ଚାମଚ ଚାଉଳ ଗୁଣ୍ଡକରି ସେଥିରେ ଏକ ଛୋଟ ଆଳୁର ପେଷ୍ଟ ମିଶାନ୍ତୁ। ଏଥିରେ ଏକ ଚାମଚ ଗୋଲାପଜଳ ମିଶାଇ ବେକରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ଏହାକୁ ଘଷି ଧୋଇଦିଅନ୍ତୁ। କିଛିଦିନ ଏପରି କରିବା ଫଳରେ ବେକର କଳାପଣ ଦୂର ହୋଇଯିବ।

Spread the love