ବ୍ରିଟେନରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା

ବ୍ରିଟେନର ଗ୍ରେଟ୍ ୟାରମାଉଥ୍ ନିକଟରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା । ଏହି ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏହା ବିସ୍ଫୋରଣ ହେବାରୁ ୨୪କିଲୋମିଟର ଯାଏଁ ଇଲାକା ଥରିଉଠିଥିଲା । ଏବେ ଏହି ବିସ୍ଫେରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବିସି ରିପୋର୍ଟ ମୁତାବକ, ମଙ୍ଗଳବାର ସକାଳ ସମୟରେ ଗ୍ରେଟ୍ ୟାରମାଉଥ୍ ଗ୍ୟାସ ପାଇପ କାମ ଚାଲୁଥିବାବେଳେ ଏକ ବୋମା ଦେଖିବାକୁ ମିଳିଥିଲା । ଏହାକୁ ପରୀକ୍ଷା ନିରୀକ୍ଷା କରିବାରୁ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋଲି ଜାଣିବାକୁ ମିଳିଥିଲା । ଏହି ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏପରି ଭାବେ ବିସ୍ଫୋରଣ ହୋଇଥିଲା ଯେ, ପାଖାପାଖି ୨୪ କିଲୋମିଟର ଯାଏଁ ଅଞ୍ଚଳ ଥରି ଉଠିଥିଲା ।

Spread the love