ବିନା ଦୃଷ୍ଟି ଶକ୍ତିରେ ୩୩୯ ସ୍ପିଡରେ ଗାଡି ଚଲେଇ ଗିନିଜ୍‌ ୱାର୍ଲଡ ରେକର୍ଡ

ନୂଆଦିଲ୍ଲୀ : ଲକ୍ଷରେ ପକ୍କା ଓ ଦୃଢ ମନୋବଳ ସବୁ ଅସମ୍ଭବ କାମକୁ ସମ୍ଭବ କରାଏ। ଯେଉଁଠି ଇଚ୍ଛା ଶକ୍ତି ଅଛି ସେଠି ଆପେ ଆପେ ବାଟ ମିଳିଯାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି  ଡେନ୍‌ ପାରକର। ଏକ ଦୁର୍ଘଟଣାରେ ସେ ନିଜର ଦୁଇ ଆଖି ହରାଇ ବସିଥିଲେ।  ତଥାପି ୩୩୯ କିମି ସ୍ପିଡରେ ଗାଡି ଚଲାଇ କରିଛନ୍ତି ଗିନିଜ ୱାର୍ଲ୍ଡ ରେକର୍ଡ।ଦୁର୍ବଳ ଲୋକଙ୍କ ପାଇଁ ଡେନ୍‌ ପାର୍କର ପ୍ରେରଣାର ଏକ ଉତ୍ସ। ସେ ପ୍ରମାଣ କରିଛନ୍ତି ଯେ, ଯାହାର ମନୋବଳ ଦୃଢ ସେ ଅସମ୍ଭବ କାମକୁ ସମ୍ଭବ କରିିିପାରେ।

ଡେନ୍‌ ପାର୍କର ଲକ୍ଷ୍ୟରେ ପୂରା ପକ୍କା। ଦୃଷ୍ଟି ଶକ୍ତି ହରାଇବି ଭାଙ୍ଗିନଥିଲେ ମନୋବଳ। ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାଁ ଲେଖଇବାକୁ ଭିଡିଥିଲେ ଅଣ୍ଟା।  ବଡ଼କଥା ହେଉଛି ଏହି ରେକର୍ଡ ତିଆରି କରିବା ପାଇଁ ଡେନ୍‌ ପାର୍କର ନିଜ ଦୁର୍ଘଟଣାର ଦଶମ ବାର୍ଷିକୀ ଦିନକୁ ହିଁ ବାଛିଥିଲେ।  ଯାହାକୁ ସର୍ବଦା ସେ ମନେ ରଖି ପାରିବେ।

ମାର୍ଚ୍ଚ ୩୧ରେ, ଡେନ୍ ପାର୍କର ଘଣ୍ଟା ପ୍ରତି ୩୩୯.୬୪ କିଲୋମିଟର ବେଗରେ କାର୍‌ ଚଲାଇ କରିଛନ୍ତି ରେକର୍ଡ।  ପାର୍କ ଏଥିପାଇଁ ୧୦ବର୍ଷ କଠିନ ପରିଶ୍ରମ କରୁଥିଲେ ଆଉ ଶେଷରେ ସ୍ୱପ୍ନ ପୂରଣ କରିଥିଲେ।

Spread the love