ରକ୍ତ ଦଲାଲ, ୭ ଗିରଫ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଡ଼ାକ୍ତରଖାନାରେ ରକ୍ତ ଦଲାଲି କରୁଥିବା ଅଭିଯୋଗରେ ପୁଲିସ୍‌ ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ବ୍ଳଡ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ୫ଜଣ ଦଲାଲ୍ ଅଛନ୍ତି। ଧର୍ମଗଡ଼ ଡ଼ାକ୍ତରଖାନାରେ ରକ୍ତ ଦଲାଲି କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଏନେଇ ଦୁଇ ଦିନ ତଳେ କଳାହାଣ୍ଡି ଜିଲ୍ଲାପାଳ ଧର୍ମଗଡ଼ ମେଡିକାଲ ଯାଇ ଅନୁଧ୍ୟାନ କରିଥିଲେ । ଏହାପରେ ୭ଜଣଙ୍କୁ ଗିରଫ କରାଯାଇଥିଲା। ମୋ ସରକାର ଅଧାରରେ ସମସ୍ତଙ୍କୁ ଗିରଫ କରାଯାଇଥିବା କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି।

Spread the love