ରକ୍ତଦାନ ଶିବିର, ୪୭ ୟୁନିଟ ରକ୍ତ ସଂଗ୍ରହ

ସୋର, ୧୨/୨୩:  ଔପଦା ବ୍ଲକ ବଡ଼ପୋଖରୀ ସ୍ବେଛାସେବୀ ସଙ୍ଘ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୁଇଯାଇଛି |ଏହି ଶିବିରକୁ ଔପଦା ଥାନା ଅଧିକାରିଣୀ କମଳିନୀ ତାଣ୍ଡି ଉଦଘାଟନ କରିଥିଲେ| ସ୍ବେଛାସେବୀ ସଂଘ ର ସମସ୍ତ କାର୍ଯ୍ୟକର୍ତ୍ତା ଉକ୍ତ ରକ୍ତ ଦାନ ଶିବିରରେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଅନୁପ କୁମାର ଆଚାର୍ଯ୍ୟ, ଅରୁଣ କୁମାର ବେହେରା, ଲକ୍ଷ୍ମୀକାନ୍ତ ବେହେରା, କରୁଣାକର ବେହେରା, ଅଲେଖ ଚନ୍ଦ୍ର ରାଉତ, ନିରାକାର ବାରିକ,ମଧୁସୂଦନ ପଲେଇ କମଳାକାନ୍ତ ସିଂ,ଶଶିକାନ୍ତ ସାହୁ, ବନମାଳୀ ସାହୁ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହିଥିଲେ | ଏହି ଶିବିରରେ ୪୭ ୟୁନିଟ ରକ୍ତ ସଂଗ୍ରହ ହୁଇଥିବା ସୂଚନା ମିଳିଛି |

Spread the love