ତୁଷ୍ଟାପାଳିରେ ରକ୍ତ ଦାନ ଶିବିର,31 ୟୁନିଟ ରକ୍ତ ସଂଗ୍ରହ

ସଇଁନ୍ତଲା,ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଂଚାୟତ ତୁଷ୍ଟାପାଳି ଗାଁରେ ଜୟମା ବସ୍ତ୍ରେନ କ୍ଳବ ଓ କରମତଲା ଯୁବ ଗୋଷ୍ଠୀ ଆନୁକୂଲ୍ୟରେ ଏବଂ ଓଡିଶା ରକ୍ତ ଦାତା ସଂଘ ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l 31 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତହସିଲଦାର ମନସିଫିଲ କେରକେଟା ଯୋଗଦେଇ ଥିବା ବେଳେ ଟିକ୍ରାପଡା 30 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ,ସାଂସଦ ଙ୍କ ପ୍ରତିନିଧି ଅକ୍ଷୟ ରଣା, ସମିତି ସଭ୍ୟା ଦହି ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିର ଉଦଘାଟନ କରିଥିଲେ l

ଭୀମ ଭୋଇ ମେଡିକାଲ କଲେଜ ରକ୍ତ ଭଣ୍ଡାର ବଲାଙ୍ଗିର ଡ଼ା.ଦେବୀ ପ୍ରସାଦ ମହାପାତ୍ର,ରଶ୍ମି ରଞ୍ଜନ ସୁନା,ଶେଖ ଅବଦୁଲ ଅସରଫ,ରିପୁ ରାଜ ମେହେର,ଅକ୍ଷୟ ରଣା ରକ୍ତଭଣ୍ଡାର ରୁ ଆସି ରକ୍ତ ସଂଗ୍ରହ କରିଥିଲେ l ବାବୁଲୁ ବୁଡ଼େକ,ସୁବରାଜ ଦେଓ,ଡ଼ମ୍ବରୁ ବୁଡ଼େକ,ମହେଶ୍ଵର ଦଳପତି,ଦିବାନା ଦେଓ ତପନ ବୁଡ଼େକ,ରାଜେଶ ଦେଓ,ପ୍ରେମରାଜ ଖର୍ଶେଲ,ରାକେଶ ବୁଡେକ,ନାରାୟଣ ବୁଡ଼େକ,ମଗନ ବାରିକ,ସୁଜାତା ଦେଓ,ଜୟନ୍ତୀ ବୁଡ଼େକ,ରୁପଧର ବାଗ ପ୍ରମୁଖ ଉପସ୍ଥିତ ଥିଲେ l

Spread the love