ସୋଆରେ ରକ୍ତଦାନ ଶିବିର; ୧୦୦ ୟୁନିଟ ସଂଗ୍ରହ

ଭୁବନେଶ୍ୱର,୧୫/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମିଳିତ ସହଯୋଗରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ସୋଆ କ୍ୟାମ୍ପସ୍‌-୨ରେ ଅନୁଷ୍ଠିତ ହୋଇଯାଇଛି।
ଓଡିଶା ବ୍ଲଡ୍ ବ୍ୟାଙ୍କ ଏବଂ ସମ୍ ହସ୍ପିଟାଲ୍ ର ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଏହି ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା। ଏହି ରକ୍ତଦାନ ଶିବିରକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ପ୍ରଫେସର ବସନ୍ତ କୁମାର ପତି ଏବଂ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉଦ୍‌ଘାଟନ କରିଥିଲେ।
ଏଚ୍‌ଡିଏଫ୍ ସି ବ୍ୟାଙ୍କ ପକ୍ଷରୁ ପ୍ରବନ୍ଧକ  ଆର୍‌. ନିଗମ ମିଶ୍ର,  ଚିନ୍ମୟ ପ୍ରଧାନ, ପ୍ରିୟବ୍ରତ ସ୍ୱାଇଁ, ଉପ-ପ୍ରବନ୍ଧକ ଶ୍ରୀମତି ସଂଘମିତ୍ରା ମହାରଣା, କାର୍ଯ୍ୟକାରୀ କମିଟିର ସହ ସଭାପତି  ଅକ୍ଷୟ ମିଶ୍ର ଓ  ସମ୍ବିତ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୋଆର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଠାରୁ ପ୍ରାୟ ୧୦୦ ୟୁନିଟ୍ ର ବ୍ଲଡ୍ ସଂଗ୍ରହ କରାଯାଇଛି ।

Spread the love