ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା । ପୁଣି ହେଲା ମହାପ୍ରଭୁଙ୍କ ମହାସ୍ନାନ

ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା । ଚାଲିଛି ମହାପ୍ରଭୁଙ୍କ ମହାସ୍ନାନ । ଘଂଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଜଣେ ଶ୍ରଦ୍ଧାଳୁ ଆଘାତ ଯୋଗୁ ରକ୍ତ ପଡିଥିବା ଅନୁମାନ କରାଯାଉଛି । ଆଜି ରବିବାର ଓ କାଲି ବଡଦିନ ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡରେ ହୋଇଛି ଭକ୍ତଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛି ।

Spread the love