ବ୍ଲୁ ଟି’ର ଉପକାରିତା

ସାଧାରଣତଃ ପିଲାରୁ ବୁଢ଼ାବୁଢ଼ୀ ଯାଏ ଚା ପିଇବାକୁ ଭଲ ପାଆନ୍ତି । ଅନେକ ଲୋକ ଭିନ୍ନ ଭିନ୍ନ ଚା ପିଅନ୍ତି । ଯେପରିକି ଲେମନ ଟି, ମସାଲା ଚା, ଗ୍ରୀନ ଟି ଓ ବ୍ଲାକ ଟି ନାମ ଶୁଣିଥିବେ। ସେହିଭଳି ସ୍ୱାସ୍ଥ୍ୟ ଏବଂ ଟେଷ୍ଟ ବିଷୟରେ କହିବାକୁ ଗଲେ ବ୍ଲୁ ଟି’ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଏହି ଚା’ରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ସେପ୍ଟିକ୍ ଗୁଣ ରହିଛି ଯାହା ବହୁ ପ୍ରକାର  ଯନ୍ତ୍ରଣାକୁ ଦୂର କରିଥାଏ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ବ୍ଲୁ ଟି’ ପ୍ରକୃତରେ ଅପରାଜିତା ଫୁଲରୁ ତିଆରି ହୋଇଥାଏ ତେଣୁ ଏହାର ରଙ୍ଗ ନୀଳ। ଆୟୁର୍ବେଦ ଅନୁଯାୟୀ, ଅପରାଜିତା ଫୁଲକୁ ଔଷଧ ଭାବରେ ବ୍ୟବହାର କରାଯାଉଥିଲା। ତେବେ ଆସନ୍ତୁ ଜାଣିବା ବ୍ଲୁ ଟି’ ପିଇବା ଦ୍ବାରା କଣ ଲାଭ ମିଳିଥାଏ ଓ ଏହାକୁ କେମିତି ପ୍ରସ୍ତୁତ କରାଯାଏ?

 ପ୍ରସ୍ତୁତ ପ୍ରଣାଳୀ:

ଅପରାଜିତାର ନୀଳ ଫୁଲକୁ ଫୁଟୁଥିବା ପାଣିରେ ପକାଇ  ଏକ ମିନିଟ୍ ପାଇଁ ଘୋଡାଇ ଦିଅନ୍ତୁ ଏବଂ ପରେ ଫିଲ୍ଟର୍ ଛାଣି ନିଅନ୍ତୁ । ଯଦି ଚାହାଁନ୍ତି, ସ୍ୱାଦ ପାଇଁ ସେଥିରେ ଲେମ୍ବୁ, ମହୁ ମିଶାନ୍ତୁ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ମହୁ ମିଶାନ୍ତୁ ନାହିଁ ।

ବ୍ଲୁ ଟି ’ ର ସ୍ୱାସ୍ଥ୍ୟ ଉପକାରିତା-

ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନେ ଏହି ଚା ପିଇପାରିବେ। ବ୍ଲୁ ଟି ’ ପଲିଫେନୋଲରେ ପରିପୂର୍ଣ୍ଣ ଏବଂ ଏହା ମେଟାବୋଲିକ୍ ହାର ବୃଦ୍ଧି ପାଇଁ କାମ କରେ ।

ଏହା ସହ ମଧୁମେହ ରୋଗୀଙ୍କ ପାଇଁ ସୁଗାର ନିୟନ୍ତ୍ରଣ କରିବାରେ ଏହା ମଧ୍ୟ ସହାୟକ ହୋଇଥାଏ। ବିଶେଷକରି ଟାଇପ୍- ୧ ଡାଇବେଟିସ୍ ରେ ଏହା ଭଲ ଫଳାଫଳ ଦେଖାଏ।

ଗ୍ରୀନ୍ ଟି ଅପେକ୍ଷା ବ୍ଲୁ ଟି ’ରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହି ଚା ଏକ ରୋଗ ପ୍ରତିରୋଧକ ଶକ୍ତି ଭାବରେ କାମ କରେ।

କର୍କଟ ରୋଗରେ ଏହି ଚା ପିଇବା ଦ୍ୱାରା ଅନେକ ଉପକାର ଦେଖାଯାଏ ।

ମାଇଗ୍ରେନ୍‌ର ଶିକାର ହୋଇଥିଲେ ଏହାର ଯନ୍ତ୍ରଣା ହ୍ରାସ କରିବାରେ ବ୍ଲୁ ଟି ମଧ୍ୟ ବହୁତ ସାହାଯ୍ୟ କରିଥାଏ। ଏହି ଚା ପିଇବା ଦ୍ୱାରା ମସ୍ତିଷ୍କର ସ୍ନାୟୁ ଫୁଲିଯାଏ ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆସେ। ଏହା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

Spread the love