ଆମ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଛି, ରାଜ୍ୟ ଗ୍ରନ୍ଥାଗାର କର୍ତ୍ତୃପକ୍ଷ ଏହାର ଉତ୍ତର ରଖନ୍ତୁ

ଭୁବନେଶ୍ୱର ୧୩।୦୧: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ସମ୍ମୁଖରେ ଉତ୍ତେଜନା। ଲାଇବ୍ରେରୀ ବନ୍ଦ ହେବାକୁ ନେଇ ଗ୍ରନ୍ଥାଗାର ସମ୍ମୁଖରେ ଧାରଣା ଦେଲେ ପାଠକ ପାଠିକା । ଲାଇବ୍ରେରୀ କର୍ତ୍ତୃପକ୍ଷ ଏହାର ଉତ୍ତର ରଖନ୍ତୁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ସେମାନଙ୍କର ମୁଖ୍ୟ ଦାବି ହେଉଛି ଯେ, ଯଦି ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି , ପ୍ରେକ୍ଷାଳୟରେ ଫିଲ୍ମ ଚାଲିପାରୁଛି, ସୂଚନା ଭବନ ଗ୍ରନ୍ଥାଗାରରେ ପାଠ ପଢି ହେଉଛି  । ତେବେ ହଠାତ ନୋଟିସ କରି କଣ ପାଇଁ ବନ୍ଦ କରିଦିଆଗଲା । ଆମେ କେତେ ଦୂରରୁ ଆସି ଏଠାରେ ଛାତ୍ରାବାସ ରହି ପାଠ ପଢ଼ୁଛୁ ,ଏହି ମାସରେ ଆମର ପରୀକ୍ଷା ଗୁଡିକ ମଧ୍ୟ ରହିଛି । କଣ ପାଇଁ ଆମ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦିଆଯାଉଛି । ଲାଇବ୍ରେରୀ କର୍ତ୍ତୃପକ୍ଷ ଆସି ଏହାର ଉତ୍ତର ରଖନ୍ତୁ ବୋଲି ଦାବି କରାଯାଇଛି । ଯଦି ଏହା ସମ୍ଭବପର ନ ହୁଏ ତେବେ ଆମେ  ଆଜି ରାସ୍ତା ଉପରେ ବସି ପାଠ ପଡ଼ିବୁ ବୋଲି ଚେତାବନୀ ଦେଇଛନ୍ତି ।

Spread the love