ସୂର୍ଯ୍ୟନଗର ସିଲ୍‌ କଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ୱର, ୨/୦୪:  ରାଜ୍ୟରେ  ୫ମ  କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ପରିଚୟ ପ୍ରଥମଥର ପାଇଁ ପ୍ରଦାନ କରିଛନ୍ତି ସରକାର । ଏନେଇ ଭୁବନେଶ୍ୱର ମହାନଗର ନିଗମ ର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ପ୍ରକାଶ କରିଛନ୍ତି । ଜନହିତ ପାଇଁ ଏହା ଜାଣିବା ନିହାତି ଜରୁରୀ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ତେବେ ଉକ୍ତ ବ୍ୟକ୍ତିଙ୍କ ନାଁ ପ୍ରଦିପ୍ତ ଦଳବେହେରା । ତାଙ୍କ ଘର ସୂର୍ଯ୍ୟନଗର, ପ୍ଲଟ ନମ୍ବର-୩୭, ୟୁନିଟ-୭ ବୋଲି ବିଏମସି ସୂଚନା ପ୍ରଦାନ କରିଛି ।

ସଂପୃକ୍ତ ଅଂଚଳର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ନିଷିଦ୍ଧ ଘୋଷଣା କରାଯାଇସାରିଛି । ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର ଛକ ସିଲ୍ କରାଯାଇଛି । ପରେ ଗଙ୍ଗନଗର ଛକରୁ ଶିରିପୁର ଓ ଶିରିପୁରରୁ ଗୋପବନ୍ଧୁ ଛକକୁ ସଂପୂର୍ଣ୍ଣ ରୂପେ ସିଲ୍ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଡା ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି ।

Spread the love