ଗୋଇନ୍ଦା ଅଫିସରେ ଭୁଲ ପୋଷ୍ଟର ମାରିଲା ବିଏମସି

ଭୁବନେଶ୍ୱର, ୭/୦୪: ଗତକାଲି ଭୁବନେଶ୍ୱର ୟୁନିଟ-୮ ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ୧୪ଦିନ ପାଇଁ ସିଲ କରାଯାଇଥିଲା । ଏହାକୁ ନେଇ ବିଏମସି ପକ୍ଷରୁ ଏକ ପୋଷ୍ଟର ଏହି ଅଫିସ କାନ୍ଥରେ ମରାଯାଇଥିଲା । ମାତ୍ର ଏଥିରେ ତାରିଖ ଭୁଲ ଲେଖାଯାଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । ଏଥିରେ ତାରିଖ ୬/୦୩/୨୦୨୦ ରୁ ୧୯/୦୩/୨୦୨୦ ଲେଖାଯାଇଛି । ଯାହାକି ସମ୍ପୂର୍ଣ୍ଣ ଭାବେ ଭୁଲ । ଆମ ରାଜ୍ୟରେ କରୋନା ପାଇଁ ମାର୍ଚ୍ଚ ୧୭ ତାରିଖରୁ ସତର୍କତା ଲାଗୁ କରାଯାଇଛି ।

ଏସମ୍ୱନ୍ଧରେ ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀଙ୍କ ଯୋଗାଯୋଗ କରାଯିବା ପରେ ସେ ଏହା ଏକ ଲିଖିତ ତ୍ରୁଟି ବୋଲି ସ୍ୱୀକାର କରିଥିଲେ । ଏବଂ ତୁରନ୍ତ ଏହାକୁ ସଂଶୋଧନ କରାଯିବ ବୋଲି କହିଥିଲେ ।

Spread the love