ହୋଲ୍ଡିଙ୍ଗ ଟ୍ୟାକ୍ସ ବୃଦ୍ଧି ନେଇ ବିଏମସିକୁ ହାଇକୋର୍ଟଙ୍କ ଶକ୍ତ ଚାପୁଡ଼ା
କଟକ: ହୋଲ୍ଡିଙ୍ଗ ଟ୍ୟାକ୍ସ ବୃଦ୍ଧି ନେଇ ବିଏମସିକୁ ହାଇକୋର୍ଟଙ୍କ ଶକ୍ତ ଚାପୁଡ଼ା । ଭୁବନେଶ୍ୱର ମହାନଗର ନିଗମ ବର୍ଦ୍ଧିତ ଦରରେ ହୋଲ୍ଡିଙ୍ଗ ଟ୍ୟାକ୍ସ ଆଦାୟ କରିପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୂରଲୀଧର ଓ ବିଚାରପତି ଜଷ୍ଟିସ ଏମ.ଏସ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ୧୯୯୮ ମସିହା ବେଞ୍ଚ ମାର୍କ ଭାଲ୍ୟୁଏସନ ହିସାବରେ ହୋଲ୍ଡିଙ୍ଗ ଟ୍ୟାକ୍ସ ଆଦାୟ କରୁଥିଲା । ହେଲେ ୨୦୧୦ ମସିହାରେ ଏହି ଟ୍ୟାକ୍ସ ଦରକୁ ୧୦ ରୁ ୧୫ ପ୍ରତିଶତ ବୃଦ୍ଧି କରି ଆଦାୟ କରୁଥିଲା । ଯାହାକୁ ଚ୍ୟାଲେଞ୍ଜ କରି କନଫେଡେରେସନ୍ ଅଫ ସିଟିଜେନ ଆସୋସିଏସନ୍ ଓ ପୂର୍ବତନ ସାଂସଦ ମୀରା ଦାସ ହାଇକୋର୍ଟ ମାମଲା ଦାୟର କରିଥିଲେ ।
ପ୍ରାରମ୍ଭିକ ଶୁଣାଣୀ କରି ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ବିଏମସି । ତେବେ ସୁପ୍ରିମକୋର୍ଟ ବିଏମସି ଆବେଦନକୁ ରଦ୍ଦ କରିଥିଲେ । ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମଧ୍ୟ ବିଏମସିର ଆବେଦନକୁ ରଦ୍ଦ କରିଛନ୍ତି । ଆଦେବନକରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ ।