କୋରୋନା ମୁକାବିଲା ପାଇଁ ବିଏମସି ଗଠନ କଲା 3ଟି ଟିମ୍‌

ଭୁବନେଶ୍ୱର, ୧୪/୦୩: ସାରା ଦେଶରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ରାଜ୍ୟରେ ଏହି ଭାଇରସ ପ୍ରଭାବକୁ ରୋକିବା ପାଇଁ ସରକାର ଆଗୁଆ ସଚେତନ ହୋଇଛନ୍ତି । କୋରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ସପିଂ ମଲ ଓ ସିନେମା ହଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ରାଜ୍ୟ ସରକାର । ଏପରି ସ୍ଥିତିରେ କୋରନ ମୁକାବିଲା ପାଇଁ ସରକାରଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ବିଏମସି ପକ୍ଷରୁ 3ଟି ଟିମ୍‌ ଗଠନ କରାଯାଇଛି।

ଏହି ଟିମ୍‌ରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ଟିମ୍‌ରେ 3ଜଣ ଅତିରିକ୍ତ କମିଶନର, 2ଜଣ ଏନଫୋର୍ସମେଣ୍ଟ ଅଧିକାରୀ ଅଛନ୍ତି । କୌଣସି ବିବାହ କିମ୍ବା ରିସେପ୍‌ସନ ପାର୍ଟି ବନ୍ଦ କରିବାକୁ ନିର୍ଦ୍ଦେଶ ନାହଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଲୋକେ ନିଜେ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି ।

ବିଏମସି ଓ ବିଡିଏ ଅଫିସରରେ ପାନ ଛେପ ପକାଇଲେ 500 ଟଙ୍କା ଜରିମାନା ପାଇଁ ବି ଆଦେଶ ଦିଆଯାଇଛି। ଅନ୍ୟପକ୍ଷେ ଏହି ଟିମ ସାନିଟାଇଜର କଲବଜାରୀକୁ ତଦାରଖ କରିବେ। ସକାଳୁ 2 ଘଣ୍ଟା ବୁଲି ସଫେଇ କାର୍ଯ୍ୟର ତଦାରଖ ପାଇଁ ମଧ୍ୟ ବିଏମସି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ।

Spread the love