ବିଏମ୍‌ସି କାର୍ଯ୍ୟାଳୟ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

କରେନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି କାର୍ଯ୍ୟାଳୟ ଭିତରକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ରାଜଧାନୀରେ ସଂକ୍ରମଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି ।ଏଥିସହ ଆଜିଠାରୁ ରାଜଡଧାନୀରେ କଡ଼ାକଡ଼ି ହେବ ଏନ୍‌ଫୋର୍ସମେଣ୍ଟ । ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ । ଅମାନିଆ ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କମିଶନର ପ୍ରେମ କୁମାର ଚୌଧୁରୀ କହିଛନ୍ତି ।ସୂଚନାଯୋଗ୍ୟ, ଗତକାଲି ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ମୋଟ ୩୧୪ ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧୭୪ ଜଣ ସୁସ୍ଥ ହୋଇଛନ୍ତି। ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩୫ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Spread the love