ହୋମ୍ ଆଇସୋଲେସନ୍ ଓ ହୋମ କ୍ବାରେଣ୍ଟାଇନ୍ ଡିସଚାର୍ଜ ସାର୍ଟିଫିକେଟ୍ ଦେବ ବିଏମସି
ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ଏହାକୁ ରୋକିବା ଲାଗି ଏଠାରେ ଗଞ୍ଜାମ ଫର୍ମୁଲା କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। କୌଣସି ବ୍ୟକ୍ତି ଯଦି କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହେବା ପରେ ହୋମ୍ ଆଇସୋଲେସନରେ ରହୁଛନ୍ତି ତେବେ ରୋଗୀମାନଙ୍କୁ ୧୦ଦିନର ହୋମ ଆଇସୋଲେସନ୍ ସମୟର ଓ ୭ ଦିନ ହୋମ କ୍ବାରେଣ୍ଟାଇନ୍ ସମୟର ଅର୍ଥାତ୍ ୧୭ ଦିନର ଡିସଚାର୍ଜ ପ୍ରମାଣପତ୍ର ଏଣିକି ମିଳିପାରିବ ବୋଲି ଆଜି ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।
COVID positive patients staying in #HomeIsolation can get their Discharge Certificates after the completion of 10 days home isolation period & 7 days Home quarantine period, i.e after 17 days.
If you are facing any issues please contact the nodal officer of your respective zone. pic.twitter.com/j7RDc3UneE— BMC (@bmcbbsr) September 10, 2020
ଏଥିସହିତ ଯଦି ଆପଣ କରୋନା ସହିତ ଜଡ଼ିତ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଦୟାକରି ଆପଣଙ୍କର ସମ୍ପୃକ୍ତ ଜୋନର ନୋଡାଲ୍ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ ବୋଲି ବିଏମସି ଟୁଇଟ ମାଧ୍ୟମରେ ଜଣାଇଛି। ଏଥିସହିତ ଯେକୌଣସି ବ୍ୟକ୍ତି ୧୯୨୯କୁ ଫୋନ୍ କରି କୋଭିଡ ସମ୍ପର୍କୀତ ସୂଚନା ବି ପାଇ ପାରିବେ।ଆଜି ରାଜଧାନୀରୁ ଗୋଟିଏ ଦିନରେ ୪୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୪୬୦ଜଣଙ୍କ ମଧ୍ୟରୁ ୧୮୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଂଚଳରୁ ୨୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୪୦୫ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ମହାନଗର ନିଗମ।